ପାର୍ଟ-ପ୍ଲଟ୍ ବିକ୍ରିବେଳେ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ:  ରାଜସ୍ବ ମନ୍ତ୍ରୀଙ୍କ ସୂଚନା, ରେଜିଷ୍ଟର୍ କରିବାକୁ ମନାକଲେ ଦିଅନ୍ତୁ ତଥ୍ୟ

ରେଜିଷ୍ଟର୍ କରିବାକୁ ମନାକଲେ ଦିଅନ୍ତୁ ତଥ୍ୟ । ଅଭିଯୋଗ ପ୍ରମାଣିତ ହେଲେ ସଙ୍ଗେ ସଙ୍ଗେ କରାଯିବ ସସ୍‌ପେଣ୍ଡ ।

ପାର୍ଟ-ପ୍ଲଟ୍ ବିକ୍ରି ସମସ୍ୟା କଲେ କାର୍ଯ୍ୟାନୁଷ୍ଠାନ

ପାର୍ଟ-ପ୍ଲଟ୍ ବିକ୍ରି ସମସ୍ୟା କଲେ କାର୍ଯ୍ୟାନୁଷ୍ଠାନ Photograph: (KanakNews)

କନକ  ବ୍ୟୁରୋ:  ପାର୍ଟ ପ୍ଲଟ ବିକ୍ରି ସମସ୍ୟା ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । କୌଣସି ସବ୍‌ ରେଜିଷ୍ଟର ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ ମନା କରୁଥିଲେ ଆମକୁ ତଥ୍ୟ ଦିଅନ୍ତୁ । ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନିର୍ଦ୍ଧିଷ୍ଟ ଅଭିଯୋଗ ଯଦି ଅଛି ମନ୍ତ୍ରୀଙ୍କୁ ଜଣାଇଲେ ସଙ୍ଗେ ସଙ୍ଗେ ନିଲମ୍ବନ କରାଯିବ । ପୂର୍ବ ସରକାର ସମୟରେ ପାର୍ଟ ପ୍ଲଟ ବିକ୍ରିକୁ ନେଇ ଲୋକଙ୍କୁ ହନ୍ତସନ୍ତ କରାଯାଉଥିଲା ।

ଏ ସରକାରରେ ସେମିତି ହେବ ନାହିଁ । ଲୋକଙ୍କ ସରକାର ଲୋକଙ୍କ କଥା ବୁଝିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ । ପାର୍ଟ ପ୍ଲଟ ପଞ୍ଜୀକରଣକୁ ନେଇ ରାଜ୍ୟର ବିଭିନ୍ନ ସବ୍‌ ରେଜିଷ୍ଟ୍ରାର ଅଫିସ୍‌ରେ ଏକ ବର୍ଷରୁ ଅଧିକ ସମୟ ଧରି ଅଚଳାବସ୍ଥା ଜାରି ରହିଛି । ନିଜ ଜମି ହୋଇ ବି ଜମି ମାଲିକମାନେ ଜରୁରୀ ସ୍ଥିତିରେ ଆଂଶିକ ଜମି ବିକ୍ରିରୁ ବଞ୍ଚିତ ହେଉଛନ୍ତି । ପାର୍ଟ ପ୍ଲଟ ବିକ୍ରିରେ ଜଟିଳ ନିୟମ ଓ ସବ୍‌ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁ ପଞ୍ଜୀକରଣ ପ୍ରକ୍ରିୟା ପ୍ରଭାବିତ ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe