କନକ ବ୍ୟୁରୋ: ପାର୍ଟ ପ୍ଲଟ ବିକ୍ରି ସମସ୍ୟା ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । କୌଣସି ସବ୍ ରେଜିଷ୍ଟର ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ ମନା କରୁଥିଲେ ଆମକୁ ତଥ୍ୟ ଦିଅନ୍ତୁ । ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନିର୍ଦ୍ଧିଷ୍ଟ ଅଭିଯୋଗ ଯଦି ଅଛି ମନ୍ତ୍ରୀଙ୍କୁ ଜଣାଇଲେ ସଙ୍ଗେ ସଙ୍ଗେ ନିଲମ୍ବନ କରାଯିବ । ପୂର୍ବ ସରକାର ସମୟରେ ପାର୍ଟ ପ୍ଲଟ ବିକ୍ରିକୁ ନେଇ ଲୋକଙ୍କୁ ହନ୍ତସନ୍ତ କରାଯାଉଥିଲା ।
ଏ ସରକାରରେ ସେମିତି ହେବ ନାହିଁ । ଲୋକଙ୍କ ସରକାର ଲୋକଙ୍କ କଥା ବୁଝିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ । ପାର୍ଟ ପ୍ଲଟ ପଞ୍ଜୀକରଣକୁ ନେଇ ରାଜ୍ୟର ବିଭିନ୍ନ ସବ୍ ରେଜିଷ୍ଟ୍ରାର ଅଫିସ୍ରେ ଏକ ବର୍ଷରୁ ଅଧିକ ସମୟ ଧରି ଅଚଳାବସ୍ଥା ଜାରି ରହିଛି । ନିଜ ଜମି ହୋଇ ବି ଜମି ମାଲିକମାନେ ଜରୁରୀ ସ୍ଥିତିରେ ଆଂଶିକ ଜମି ବିକ୍ରିରୁ ବଞ୍ଚିତ ହେଉଛନ୍ତି । ପାର୍ଟ ପ୍ଲଟ ବିକ୍ରିରେ ଜଟିଳ ନିୟମ ଓ ସବ୍ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁ ପଞ୍ଜୀକରଣ ପ୍ରକ୍ରିୟା ପ୍ରଭାବିତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/13/plot-2025-09-13-14-05-59.jpg)