ବ୍ରହ୍ମପୁର ଡ୍ରେନରେ ପଡ଼ି ନାବାଳକ ମୃତ୍ୟୁ ଘଟଣାର ହେବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଡ୍ରେନ୍‌ ଉପରେ ପଡ଼ିବ ସ୍ଲାବ୍, ଗୃହ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Advertisment

ବ୍ରହ୍ମପୁର ସହରରେ ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ଅଗଷ୍ଟ ୨୧ ତାରିଖରେ ଡ୍ରେନରେ ପଡି ୧୧ ବର୍ଷୀୟ ନାବାଳକ ସାଇରାମ ପାତ୍ରଙ୍କ ମୃତ୍ୟୁ ହୋଇଥିଲା ।

krushna

କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ଅଗଷ୍ଟ ୨୧ ତାରିଖରେ ଡ୍ରେନରେ ପଡି ୧୧ ବର୍ଷୀୟ ନାବାଳକ ସାଇରାମ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ଟ୍ୟୁସନରୁ ଫେରିବା ବେଳେ ଡ୍ରେନରେ ଭାସି ଯାଇ ଛାତ୍ର ପ୍ରାଣ ହରାଇଥିଲେ ।  ଏହି ଘଟଣାର ତଦନ୍ତ ରିପୋର୍ଟ ଆସିଛି । ଘଟଣାକୁ ଗୁରୁତ୍ବର ସହ ନେଇ ଥିବା କହିଛନ୍ତି ମନ୍ତ୍ରୀ । 

ବର୍ଷାଦିନକୁ ଦୃଷ୍ଟିରେ ରଖି ପ୍ରାୟ ସମସ୍ତ ସ୍ଥାନରେ ବ୍ୟାରିକେଟ ଲଗାଯାଇଛି । ଡ୍ରେନେଜ ସମସ୍ୟା ଦୀର୍ଘ ୨୪ ବର୍ଷର। ତେଣୁ ଏହାର ସମାଧାନ ପାଇଁ କିଛି ସମୟ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ମହାପାତ୍ର । ରାଜ୍ୟରେ ବିଜେପି ସରକାର ଆସିବା ପରେ ଡିପିଆର ବନାଇବାକୁ ୨୦୦ କୋଟି ଟଙ୍କା ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe