କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ଅଗଷ୍ଟ ୨୧ ତାରିଖରେ ଡ୍ରେନରେ ପଡି ୧୧ ବର୍ଷୀୟ ନାବାଳକ ସାଇରାମ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ଟ୍ୟୁସନରୁ ଫେରିବା ବେଳେ ଡ୍ରେନରେ ଭାସି ଯାଇ ଛାତ୍ର ପ୍ରାଣ ହରାଇଥିଲେ । ଏହି ଘଟଣାର ତଦନ୍ତ ରିପୋର୍ଟ ଆସିଛି । ଘଟଣାକୁ ଗୁରୁତ୍ବର ସହ ନେଇ ଥିବା କହିଛନ୍ତି ମନ୍ତ୍ରୀ ।
ବର୍ଷାଦିନକୁ ଦୃଷ୍ଟିରେ ରଖି ପ୍ରାୟ ସମସ୍ତ ସ୍ଥାନରେ ବ୍ୟାରିକେଟ ଲଗାଯାଇଛି । ଡ୍ରେନେଜ ସମସ୍ୟା ଦୀର୍ଘ ୨୪ ବର୍ଷର। ତେଣୁ ଏହାର ସମାଧାନ ପାଇଁ କିଛି ସମୟ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ମହାପାତ୍ର । ରାଜ୍ୟରେ ବିଜେପି ସରକାର ଆସିବା ପରେ ଡିପିଆର ବନାଇବାକୁ ୨୦୦ କୋଟି ଟଙ୍କା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/1ywlDxiBO5pm0UMWJQ3v.jpg)