କନକ ବ୍ୟୁରୋ : କନକ ନ୍ୟୁଜର ବଡ ପ୍ରଭାବ। ନବଜାତକ ଶିଶୁକୁ ନେଇ ସଉଦା ଘଟଣାରେ କାର୍ଯ୍ୟାନୁଷ୍ଠାନ। ନର୍ସିଂ ଅଫିସର ଓ ସଫେଇ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ସହ ୨ ସହାୟିକାଙ୍କୁ ଚାକିରୀରୁ ବହିଷ୍କୃତ । ସୁନ୍ଦରଗଡ ମାତୃ ଶିଶୁ ମେଡ଼ିକାଲରେ ନବଜାତକଙ୍କୁ ମା’ କୋଳକୁ ଦେବା ପାଇଁ ଟଙ୍କା ନେବା ଘଟଣା କନକ ନ୍ୟୁଜରେ ପ୍ରସାରଣ ପରେ ଆକ୍ସନ ମୋଡ୍ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ଏଡିଏମଓ ଘଟଣାର ତଦନ୍ତ କରିଥିଲେ । ଏବଂ ଘଟଣାର ସତ ସାମନାକୁ ଆସିବା ପରେ ନର୍ସିଂ ଅଫିସର ଜ୍ୟୋର୍ତିମୟୀ ପାଣ୍ଡେ ଓ ସଫେଇ କର୍ମଚାରୀ ଅଞ୍ଜଳି ଘାଷିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବଦଳି କରାଯାଇଛି । ଏଥି ସହିତ ୨ ଜଣ ସହାୟିକା ହରିପ୍ରିୟା ବାଗ ଓ ଗୋପେଶ୍ୱରୀ ମହାନନ୍ଦିଆଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ।
ସୁନ୍ଦରଗଡରେ ନବଜାତକ ଶିଶୁକୁ ନେଇ ସଉଦା ଘଟଣାରେ କାର୍ଯ୍ୟାନୁଷ୍ଠାନ, ନର୍ସିଂ ଅଫିସର ଓ ସଫେଇ କର୍ମଚାରୀଙ୍କୁ ବଦଳି
ସୁନ୍ଦରଗଡ ମାତୃ ଶିଶୁ ମେଡ଼ିକାଲରେ ନବଜାତକଙ୍କୁ ମା’ କୋଳକୁ ଦେବା ପାଇଁ ଟଙ୍କା ନେବା ଘଟଣା କନକ ନ୍ୟୁଜରେ ପ୍ରସାରଣ ପରେ ଆକ୍ସନ ମୋଡ୍ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ଏଡିଏମଓ ଘଟଣାର ତଦନ୍ତ କରିଥିଲେ ।
/kanak/media/media_files/2025/03/29/yPzAp64jdWbXZZFDsT55.jpg)