କନକବ୍ୟୁରୋ : ଭୁବନେଶ୍ବର ମହାନନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥିରେ ଜଗତସିଂହପୁର ଓ ଝାରସୁଗୁଡ଼ା ମଧ୍ୟ ଯୋଡ଼ି ହୋଇଯାଇଛି । ବାଲେଶ୍ବର, ସୁବର୍ଣ୍ଣପୁର, ଗଂଜାମ ଜିଲ୍ଲାର ଓଏଏସ୍ ଅଧିକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।
ଜଗତସିଂହପୁର ଜ଼ିଲ୍ଲାରେ ସମସ୍ତ ଓଏଏସ୍ ଅଧିକାରୀମାନେ ସମୂହ ଛୁଟିରେ ରହିଛନ୍ତି ଓ କଲମ ଛାଡ଼ିଛନ୍ତି । ଏନେଇ ଅଧିକାରୀମାନେ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ସେମାନେ ଏକ ବୈଠକ କରି ଜ଼ିଲ୍ଲାପାଳଙ୍କୁ ଏକ ଲିଖିତ ଦରଖIସ୍ତ ଦେଇଛନ୍ତି । ଏଥିରେ ଜ଼ିଲ୍ଲାର ସମସ୍ତ ଡେପୁଟି କଲେକ୍ଟର, ଅତିରିକ୍ତ ଜ଼ିଲ୍ଲାପାଳ, ଉପଜ଼ିଲ୍ଲାପାଳ, ପିଡିଡିଆରଡିଏ, ବିଡ଼ିଓ, ତହସିଲଦାର ପ୍ରଭୁତି ଅଧିକାରୀମାନେ ସମୂହ କଲମ ଛାଡ଼ ସହିତ ଅନିଦ୍ଧିଷ୍ଟ କଲା ପାଇଁ ସମୂହ ଛୁଟିରେ ରହିଛନ୍ତି ।
ଏଥି ନେଇ ଜ଼ିଲ୍ଲାରେ ସମସ୍ତ କାର୍ଯ୍ୟ ଠପ ହୋଇଯାଇଛି। ଜନସାଧାରଣ ନାହିଁ ନଥିବା ହଇରାଣର ସାମ୍ନା କରୁଛନ୍ତି । ଏଥିସହ ଏହି ଘଟଣାରେ ଅତିରିକ୍ତ କମିସନର ରତ୍ନାକର ସାହୁ କହିଛନ୍ତି ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ । ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି । ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ । ସୂଚନାଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପାଂଚଜଣଙ୍କୁ ଗିରଫ କରାଯାଇଛି । ୫ ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି ।
କର୍ପୋରେଟର ଅପରୂପ ନାରାୟଣ ରାଉତ,ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଏବଂ ସଂଜୀବ ମିଶ୍ରଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ନିଲମ୍ବନ କରାଯାଇଛି