କନକ ବ୍ୟୁରୋ: ସାତକୋଶିଆକୁ ବାଘ ଆସିବା ପୂର୍ବରୁ ଶିକାରୀ ନିପାତ ପାଇଁ ଆକ୍ସନ ପ୍ଲାନ । ଏନଟିସିଏ ଗାଇଡଲାଇନ ଅନୁସାରେ ସାତକୋଶିଆରେ ମୁତୟନ ହେଲେ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ । ସାତକୋଶିଆରେ ପୁଣି ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା କରିଛି ବନ ବିଭାଗ । ୫ ବର୍ଷରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ୧୫ଟି ବାଘ ପର୍ୟ୍ୟାୟକ୍ରମେ ଆଣିବାକୁ ଯୋଜନା କରାଯାଇଛି । ପୂର୍ବରୁ ସତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଫେଲ ମରିଥିଲା। ଶିକାରୀ ଫାସରେ ପଡି ମହାବୀର ବାଘର ମୃତ୍ୟୁ ହୋଇଥିବା । ମଣିଷ ଶିକାରୀ ଯୋଗୁଁ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶ ସୁନ୍ଦରୀ ଫେରି ଯାଇଥିଲା ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି, ଜଙ୍ଗଲ ବିଭାଗରେ ପୂରଣ ହେବ ଫରେଷ୍ଟ ଗାର୍ଡ ପଦବୀ । ୨ ହଜାର ଫରେଷ୍ଟ ଗାର୍ଡ ପଦବୀ ପୂରଣ ହେବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ୩ ମାସ ମଧ୍ୟରେ ଏହି ପଦବୀ ପୂରଣ ହେବ । ପାଖାପାଖି ୩ ହଜାର ପଦବୀ ଖାଲି ପଡିଛି । ତା ଭିତରୁ ୨ ହଜାର ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।