ଆକ୍ସନ ମୋଡରେ ସିଏମଓ ; ଲୋକଙ୍କ ସମସ୍ୟା ସମାଧାନ ନହେଲେ କଡା କାର୍ୟ୍ୟାନୁଷ୍ଠାନ ଚେତାବନୀ

ଆକ୍ସନ ମୋଡରେ ସିଏମ୍‌ଓ । ଜନଶୁଣାଣୀରେ ଅଭିଯୋଗର ସମାଧାନ ନହେଲେ କାର୍ୟ୍ୟାନୁଷ୍ଠାନ । ବିଭାଗ ପକ୍ଷରୁ ଜାରି ହେଲା ଚିଠି । ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ପାଇଁ ଚିଠିରେ ତାଗିଦ । 

CMO_---

CMO_--- Photograph: (kanakNews)

କନକ ବ୍ୟୁରୋ: ଆକ୍ସନ୍ ମୋଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ। ଜନଶୁଣାଣିରେ ଲୋକମାନେ ଆଣୁଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ସିଏମ୍‌ଓ ପକ୍ଷରୁ ଚିଠି ହୋଇଛି । ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ପୋଲିସ ଡିଜି, ପୋଲିସ କମିଶନର ସମସ୍ତଙ୍କୁ ସିଏମଓ ପକ୍ଷରୁ ଚିଠି ହୋଇଛି । 

କିଛି ଲୋକମାନେ ସେମାନଙ୍କ ସମସ୍ୟାର ସମାଧାନ ହେଉନଥିବାରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ଅନ ଦି ସ୍ପଟ୍ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି । ଆଜି ସୁଦ୍ଧା ୯ଥର ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe