କନକ ବ୍ୟୁରୋ : ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ୪ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩ଜଣ ପିଇଓ ଓ ଜଣେ ଆରଆଇଙ୍କୁ ନିଲମ୍ବିତ କରାଯାଇଥିବା ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଆଳି ପିଇଓ ସନ୍ଧ୍ୟା ପ୍ରଧାନ, ଗରଦପୁର ପିଇଓ ଜସ୍ମିନ ସୋରେନ, ରାଜନଗର ପିଇଓ ଅଶୋକ ପ୍ରଧାନ ଓ ରାଜନଗର ଆରଆଇ ବିଜୟ କୁମାର ଜେନାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି ।
ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେଉଁମାନେ ଖିଲାଫ କରୁଛନ୍ତି କ୍ଷମା ନାହିଁ , ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବ । ତେବେ ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ ଓ ପୁନଃଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/10/26/Slc75XnWJOnWf9D05VpF.jpg)