ବିଧାନସଭାରେ ଧସ୍ତାଧସ୍ତି, ହାତାହାତି ପରେ ଆକ୍ସନ : ୭ ଦିନ ପାଇଁ ଗୃହରୁ ତାରା ପ୍ରସାଦ ବାହିନୀପତିଙ୍କୁ ସସପେଣ୍ଡ

ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା

PIC

Photograph: (KanakNews )

କନକବ୍ୟୁରୋ : ଗୃହ ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମହଙ୍ଗା ପଡ଼ିଛି । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା ।  ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି  । ଜୟନାରାୟଣ ମିଶ୍ର କଲର ଥରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ ।  ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ, ଶୁଣିନଥିବା ଅଭିଯୋଗ କରିଛନ୍ତି ତାରା ।  ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପିସିସି ସଭାପତି ଭକ୍ତ ଦାସଙ୍କ ବୁଝାସୁଝା ପରେ ଧାରଣାରୁ ହଟିଛନ୍ତି ବିଧାୟକ । ତାରାଙ୍କୁ ନିଲମ୍ବନ ପ୍ରତିବାଦରେ ବିଧାନସଭା ବୟକଟ୍ କରିବେ କଂଗ୍ରେସ ବିଧାୟକ । ସେପଟେ ତାରାଙ୍କ ନିଲମ୍ବନଙ୍କୁ ବିରୋଧ କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି  ।  ନିଲମ୍ବନ ପ୍ରତ୍ୟାହାର ଦାବି କରିଛି ଦଳ । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ମାନଙ୍କର ସବୁ ପ୍ରକାର ଆନ୍ଦୋଳନ କରିବା, ମତ ରଖିବାର ଅଧିକାର ଅଛି  ।

ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାର ଅଭ୍ୟାସ ଛାଡ଼ି ହିଂସାତ୍ମକ ଉପାୟ ଅବଲମ୍ବନ କଲେ ତାହା କେବେ ବି ଗ୍ରହଣୀୟ ନୁହେଁ । ଏ ବାବଦରେ ବାରମ୍ବାର ବିରୋଧୀ ଦଳ ମାନଙ୍କୁ ଅନୁରୋଧ କରାଯାଉଛି । ଆଜିର ହିଂସାତ୍ମକ ଘଟଣା ସଂପୂର୍ଣ୍ଣ ଭାବେ ଅସ୍ପୃହଣୀୟ ଓ ଅଗଣତାନ୍ତ୍ରିକ କଥା ତେଣୁ ସେ ବାବଦରେ ବାଚସ୍ପତି ଯଥାର୍ଥ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ  ।

ସେପଟେ ତାରାଙ୍କୁ ଆକ୍ରମଣ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ବିଧାନସଭାରେ ତାରା ପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଏବଂ ୭ ଦିନ ପାଇଁ ନିଲମ୍ବିନକୁ ବିରୋଧ କରି କୋରାପୁଟ ବସଷ୍ଟାଣ୍ଡଠାରେ କଂଗ୍ରେସ ଦଳ ତରଫରୁ  ବିକ୍ଷୋଭ କରାଯିବ ପ୍ରଦର୍ଶନ କରାଯାଇଛି । ପ୍ରଥମେ କୋରାପୁଟ ବସଷ୍ଟାଣ୍ଡରେ ଥିବା ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ବିକ୍ଷୋଭ କରାଯାଇଥିବା  ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଜୟନାରାୟଣ ମିଶ୍ରଙ୍କ ଫଟୋରେ ନିଆଁ ଲଗାଇ ଦଳ ତରଫରୁ ବିଜେପି ସରକାର ମୂର୍ଦ୍ଦାବାଦ ନାରା ଦିଆଯାଇଥିଲା । ବିଜେପି ସରକାରଙ୍କ ଗୁଣ୍ଡ।ଗିରି ଆଉ ଚଳିବ ନାହିଁ ବୋଲି କଂଗ୍ରେସ ନେତା ମାନେ କହିଛନ୍ତି । ଆଗାମୀ ଦିନରେ କଂଗ୍ରେସ  ରାଜରାସ୍ତା ଆନ୍ଦୋଳନ କରିବ ବୋଲି କଂଗ୍ରେସ ନେତା ମାନେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe