କନକ ବ୍ୟୁରୋ : କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କମ୍ପୁଟର  ଏବଂ ସିପିୟୁ ଜବତ କଲେ କୋର୍ଟ । ବକେୟା ଟଙ୍କା ନପାଇବାରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ସମ୍ପତ୍ତିକୁ ଜବତ କରିବା ପାଇଁ କୋର୍ଟ ତରଫରୁ ସକାଳେ ଯାଇଥିଲା ନୋଟିସ । କିନ୍ତୁ ଦୀର୍ଘ ସମୟ ଅପେକ୍ଷା କଲା ପରେ ଜିଲ୍ଲାପାଳଙ୍କ ଅଫିସର୍ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦେଖା ମିଳି ନ ଥିଲା । ଜିଲ୍ଲାପାଳଙ୍କ ଅଫିସରେ ଥିବା କର୍ମଚାରୀ ଜଣକ ନିଜର ପରିଚୟ ଦେଇ ନଥିଲେ କିମ୍ବା ନିଜ ନା ବି କହି  ନ ଥିଲେ । ନିୟମ ଅନୁଯାୟୀ କୋର୍ଟର ପ୍ରୋସେସ ସର୍ଭର ମାନେ ଗୋଟିଏ ୱାନ ଡେସ୍କ କଂପ୍ୟୁଟର ସହ ସିପିୟୁ ଜବତ କରି କୋର୍ଟ କୁ ଧରି ଆସିଛନ୍ତି ।

Advertisment