କନକ ବ୍ୟୁରୋ: ଦାନା ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ । ବାତ୍ୟା ଦାନାର ପ୍ରକୋପ ପରେ ବନ୍ୟାପାଣି ଚାଷ ଜମିରେ ମାଡିଯିବାରୁ ଚାଷ ନଷ୍ଟ ହୋଇଯାଛି । ଅନ୍ୟସ୍ଥାନ ଭଳି ସୋର ଅଂଚଳରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡିଛି। ବାତ୍ୟାର ଚାରିଦିନ ପରେ ବି ଚାଷ ଜମିରେ ଜମିଛି ପାଣି । ବର୍ଷ ଯାକର ଅମଳ ଧାନ ଚାଷ ନଷ୍ଟ ହେବା ସହିତ ବିଭିନ୍ନ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଛି। ଚଳିତ ବର୍ଷ ହେକ୍ଟର ହେକ୍ଟର ଜମିରେ ଧାନରୁ ନେଇ ପରିବା ଚାଷ ହୋଇଥିଲା। ହେଲେ ପାଣି ପଶି ସବୁ କିଛି ଉଜୁଡି ଯାଇଛି । ଏବ ବି ପାଣି ନିଷ୍କାସନ ହୋଇପାରୁନଥିବା ବେଳେ ଚାଷୀର କଲରା, ବାଇଗଣ, ପୋଟଳ, ଭେଣ୍ଡିରୁ ନେଇ କଦଳୀ ଆଦି ଚାଷ ଉଜୁଡି ଯାଇଛ । ବାତ୍ୟାରେ ଅଧା ନଷ୍ଟ ହୋଇଥିବା ବେଳେ ବଳକା ଜମିରେ ପାଣି ଜମି ରହି ନଷ୍ଟ ହୋଇଗଲାଣି । ଚାଷରୁ ପରିବାର ପ୍ରତିପୋଷଣ କରୁଥିବା ଚାଷୀ କିଭଳି ପରିବାର ଚଳାଇବ କିଭଳି ଋଣ ସୁଝିବ ସେ ନେଇ ଚିନ୍ତାରେ ପଡିଛି।
ଦାନା ଭାଙ୍ଗିଦେଲା ଚାଷୀ ମେରୁଦଣ୍ଡ: ପାଣି ପଶି ଏକର ଏକର ପରିବା ଚାଷ ନଷ୍ଟ
ଦାନା ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ । ବାତ୍ୟା ଦାନାର ପ୍ରକୋପ ପରେ ବନ୍ୟାପାଣି ଚାଷ ଜମିରେ ମାଡିଯିବାରୁ ଚାଷ ନଷ୍ଟ ହୋଇଯାଛି । ଅନ୍ୟସ୍ଥାନ ଭଳି ସୋର ଅଂଚଳରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡିଛି।