କନକ ବ୍ୟୁରୋ: କିଟ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଆଉ ୫ ଗିରଫ  ହୋଇଛନ୍ତି । ଏକ ଭିଡ଼ିଓ ଆଧାରରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ ।  ମୁଥ ମାରୁଥିବା ୫ ଜଣ ଗିରଫ ହୋଇଛନ୍ତି ଓ ଜାମିନ ନାମଞ୍ଜୁର ହେବା ପରେ ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଝାରପଡ଼ା ଜେଲ ଯାଇଛନ୍ତି ୫ ଅଭିଯୁକ୍ତ  ଓ ୧୭ ତାରିଖରେ ଛାତ୍ରଛାତ୍ରୀ ହଷ୍ଟେଲ ଓ ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବାବେଳେ ଗିରଫ ଅଭିଯୁକ୍ତ ଓ ଅନ୍ୟ କର୍ମଚାରୀ ହଠାତ ସେଠାରୁ ଚାଲିଯିବାକୁ  କହିଥିଲେ । ଛାତ୍ରଛାତ୍ରୀ  ହଷ୍ଟେଲ ଖାଲି କରିବାରେ  ବିଳମ୍ବ ହେବାରୁ  ଅଭିଯୁକ୍ତମାନେ  ହଠାତ୍ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ କରିବା ସହ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ କିଟ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଦୁଇ ସୁରକ୍ଷା କର୍ମୀଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ କର୍ମଚାରୀ ଅଛନ୍ତି । ୧୭ ତାରିଖ ରାତିରେ ଏହି ଘଟଣାକୁ ନେଇ ବିବାଦ ତେଜିଛି ।  ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେପଟେ କିଟ ମୁଖ୍ୟ ଅଚ୍ୟୁତ ସାମନ୍ତ ଗଣମାଧ୍ୟମ ସମ୍ମୁଖରେ ନିଜର ବୟାନ ରଖିଛନ୍ତି । 

Advertisment

ଭୁବନେଶ୍ବର କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ବିବାଦ ଥମୁନାହିଁ । ବିଧାନସଭାରେ ହଙ୍ଗାମା ଭିତରେ କିଟ୍ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଛି ଉଚ୍ଚଶଶିକ୍ଷା ବିଭାଗ । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ହାଇଲେବୁଲ କମିଟିରେ ହାଜର ହେବେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ହାଜର ହୋଇ ନିଜ ପକ୍ଷ ରଖିବେ। ଏତେ ବଡ଼ ବିଶ୍ବବିଦ୍ୟାଳୟରେ, କେମିତି ଏହି ଅଘଟଣ ଘଟିଲା, ସେ ନେଇ କିଟ୍ ପ୍ରତିଷ୍ଠାତା ଉତ୍ତର ରଖିବେ । ସେପଟେ କିଟ୍ ଘଟଣାକୁ ନେଇ ପ୍ରତିବାଦ ଜାରି ରହିଛି । ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି ।