କନକ ବ୍ୟୁରୋ : କିଟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା। ୨ ଘଣ୍ଟାର ଜେରା ପରେ ଅତିଥି ଭବନରୁ ବାହାରିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଉକ୍ତ ମାମଲାରେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଗୃହ ବିଭାଗର ଅତରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପୁରା ଘଟଣାକୁ ନେଇ ଅଚ୍ୟୁତ ସାମନ୍ତଙ୍କୁ ପଚରା ଉଚରା କରିଛି ।
ଉଚ୍ଚସ୍ତରୀୟ କମିଟି ଅଚ୍ୟୁତ ସାମନ୍ତଙ୍କ ବୟାନ ରେକର୍ଡ କରିଛି। ଅଚ୍ୟୁତଙ୍କ ସହ କୁଳପତି ଡାକ୍ତର ଶରଣଜିତ୍ ସିଂ ମଧ୍ୟ ଅତିଥି ଭବନରୁ ବାହାରିଛନ୍ତି। କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଓ ଏହାପରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ୮ ଜଣଙ୍କ ବୟାନ ରେକର୍ଡ କରିବାକୁ ଡାକିଥିଲା ଉଚ୍ଚସ୍ତରୀୟ କମିଟି । ପୂର୍ବରୁ କିଟ୍ ହଷ୍ଟେଲର ନିଲମ୍ୱିତ ଇନଚାର୍ଜ ଜୟନ୍ତୀ ନାଥ, କିଟ ଇଣ୍ଟର ନ୍ୟାସନାଲ ରିଲେସନ ଅଫିସର ରେଶମ ନୱାଜ, କିଟ୍ କୁଳପତି ଡାକ୍ତର ଶରଣଜିତ୍ ସିଂ, ରେଜିଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ପହଞ୍ଚି ବୟାନ ରେକର୍ଡ କରିଛନ୍ତି ।