ଚିକିଟିରେ କାହିଁକି ବିଷାକ୍ତ ହେଲା ଦେଶୀ ମଦ ; ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ସାମ୍ନାକୁ ଆସିଲା ସତ

ଚିକିଟିରେ କାହିଁକି ବିଷାକ୍ତ ହେଲା ଦେଶୀ ମଦ ।ମୁଖ୍ୟ ଅଭିଯୁକ୍ତ ପବନା ସାହୁକୁ ଗିରଫ ପରେ ସାମ୍ନାକୁ ଆସିଲା ସତ । ଜଙ୍ଗଲରୁ ସମୁଦୀମୂଳ ଚେର ଆଣି ମଦରେ ମିଶାଇ ଥିବା ପୋଲିସ ଆଗରେ କଲା ସ୍ୱୀକାର ।

ଅଦ୍ୟତନ ହୋଇଛି
lioquor

କନକ ବ୍ୟୁରୋ: ଗଞ୍ଜାମ ଚିକିଟି ମାଉନ୍ଦପୁରରେ କାହିଁକି ବିଷାକ୍ତ ହେଲା ଦେଶୀ ମଦ। ଜଣାପଡ଼ିଲା ବିଷାକ୍ତ ମଦର ସତ। ମଦ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ପବନା ସାହୁକୁ ଗିରଫ କରିବା ପରେ ଘଟଣାର ସତ ସାମ୍ନାକୁ ଆସିଛି। କେ. ନୂଆଗାଁ ଥାନା ପୋଲିସ ପବନାକୁ ଗିରଫ କରିବା ପରେ ସେ ପୋଲିସ ଆଗରେ ସବୁ ସତ କହିଛି। 

ପବନା କହିଛି, ଦେଶୀ ମଦରେ ମିଶିଥିଲା ସମୁଦିମୂଳର ଚେର। ଏହି ଚେର ଦେଶୀ ମଦରେ ମିଶାଇବା ଦ୍ୱାରା ମଦ ଅଧିକ ନିଶାଯୁକ୍ତ ହୋଇଥାଏ। ସମୁଦିମୂଳ ଚେର ଘଞ୍ଚ ଜଙ୍ଗଲରେ ମିଳିଥାଏ। ଦିଗପହଣ୍ଡିର ସୁରେନ୍ଦ୍ର ମଲ୍ଲିକଙ୍କ ଠାରୁ ସମୁଦିମୂଳ ଚେର ମିଶିଥିବା ଦେଶୀ ମଦ ଆଣି ମାଉନ୍ଦପୁର ନିକଟରେ ବିକ୍ରି କରିଥିଲା ପବନା। ଗତ ୧୯ ତାରିଖରେ ପବନା ୨୦ ଲିଟର ଦେଶୀ ମଦ ଆଣି ମାଉନ୍ଦପୁର ନିକଟରେ ଥିବା ବିଶୋୟୀ ବନ୍ଧ ହୁଡ଼ା ନିକଟରେ ବିକ୍ରି କରିଥିଲା। ବିଷାକ୍ତ ମଦ ବିକ୍ରି ଘଟଣାରେ କେ.ନୂଆଗାଁ ଥାନା ପୋଲିସ ପୂର୍ବରୁ ସୁରେନ୍ଦ୍ରକୁ ଗିରଫ କରିଛି। ଏହି ମାମଲାରେ ପବନାର ବାପା ବାୟା ସାହୁ ଓ ଭାଇ ବିପିନ ସାହୁଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe