କନକ ବ୍ୟୁରୋ : କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ପଲିଗ୍ରାଫ ଟେଷ୍ଟ ହୋଇଥିବା ବେଳେ ସାମ୍ନାକୁ ଆସିଛି ସତ । ପଲିଗ୍ରାଫ ଟେଷ୍ଟ ରିପୋର୍ଟ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୋଟି ଗୋଟି କରି ସବୁ ସତ କହିଛି ଅଭିଯୁକ୍ତ । ଘଟଣା ରାତିର ସବୁ କଥା ପଲିଗ୍ରାଫ ଟେଷ୍ଟ ବେଳେ କହିଛି ଅଭିଯୁକ୍ତ ସଞ୍ଜୟ ରାୟ ।  

ସଇତାନ କହିଲା କାଳରାତିର କାହାଣୀ
-    ଅଗଷ୍ଟ ୯ତାରିଖ ରାତିରେ ବିଭିନ୍ନ ରେଡ ଲାଇଟ ଅଞ୍ଚଳକୁ ଯାଇଥିଲା ଅଭିଯୁକ୍ତ
-    ପରେ ନିଜ ବନ୍ଧୁ ସୌରଭ ସହ ଆରଜି କର ହସ୍ପିଟାଲକୁ ଆସିଥିଲା
-    ସୌରଭର ଭାଇ ଭର୍ତ୍ତି ହୋଇଥିବାରୁ ତାଙ୍କ ନିକଟକୁ ଯାଇଥିବା ସଞ୍ଜୟ
-    ରାତି ୧୧ଟା ୧୫ ମିନିଟରେ ହସ୍ପିଟାଲରୁ ବାହାରିଯାଇଥିଲେ ସଞ୍ଜୟ ଓ ସୌରଭ
-    ଏହାପରେ ମଦ୍ୟପାନ କରିବା ପାଇଁ ଯୋଜନା କରି ମଦ କିଣିବାକୁ ଯାଇଥିଲେ
-    ରାସ୍ତା ଉପରେ ବସି ମଦ୍ୟପାନ କରିବା ସହ ରେଡ ଲାଇଟ ଏରିଆ ଯିବା ପାଇଁ ସ୍ଥିର କରିଥିଲେ
-    ଗୋଟିଏ ପରେ ଗୋଟିଏ ରେଡ ଲାଇଟ ଏରିଆ ବୁଲିଥିଲେ
-    ସୋନାଗାଛିରୁ ଚେତାଲୀକୁ ଯିବା ବାଟରେ ଯୁବତୀଙ୍କୁ ଅସଦାଚରଣ କରିଥିଲା
-    ସିସିଟିଭିରେ କଏଦ ହୋଇଛି ଦୃଶ୍ୟ
-    ନିଜ ବାନ୍ଧବୀକୁ ଫୋନ୍ କରି ନ୍ୟୁଡ କଲ କରିବା ସହ ଫଟୋ ପଠାଇବା ପାଇଁ କହିଥିଲା ସଞ୍ଜୟ
-    ସୌରଭ ଘରକୁ ଫେରିଯିବା ପରେ ରାତି ୩ଟା ପରେ ପୁଣି ହସ୍ପିଟାଲକୁ ଯାଇଥିଲା ସଞ୍ଜୟ
-    ଟ୍ରମା ସେଣ୍ଟରକୁ ଯାଇଥିଲା, ସାଢ଼େ ୪ପାଖାପାଖି ସେମିନାର ହଲ ନିକଟ କରିଡରକୁ ଯାଇଥିଲା
-    ସେମିନାର ହଲକୁ ଯିବା ପରେ ସେଠାରେ ପୀଡ଼ିତାକୁ ଦେଖିବାକୁ ପାଇଥିଲା
-    ତଣ୍ଟି ଚିପିବା ସହ ମୁହଁ ବନ୍ଦ କରିଦେଇଥିଲା
-    ପୀଡ଼ିତା ବେହୋସ ହୋଇଯିବା ପରେ ଦୁଷ୍କର୍ମ ଓ ହତ୍ୟା କରିଥିଲା