କନକ ନ୍ୟୁଜ: କୋଲକତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ମାମଲାରେ ଆସିଲା ବଡ ଅପଡେଟ୍ । ପ୍ରଥମ ଥର କ୍ୟାମେରା ଆଗରେ ନିଜ ବୟାନ ଦେଇ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ କହିଲା ମୁଁ ନିର୍ଦ୍ଦୋଶ । ମୁଁ  ଦୁଷ୍କର୍ମ କରିନି କି ହତ୍ୟା କରିନି । ମୋତେ ମମତା ସରକାର  ଫସାଇଦେଲେ । 

Advertisment

କୋର୍ଟରେ ବୟାନ ଦେଇ  ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ କହିଛି,  ମୁଁ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଶ । ଆରଜି କର କଲେଜର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିନାହିଁ କି ଏହି ଅପରାଧରେ ସମ୍ପୃକ୍ତ ନାହିଁ ବୋଲି ସ୍ପଷ୍ଟ ମନା କରିଛି ଅଭିଯୁକ୍ତ ସଞ୍ଜୟ । ମୋତେ ଫସାଇଦିଆଯାଇଛି । ମମତା ସରକାର ମୋତେ ଫସାଇ ଦେଇଛନ୍ତି, ଆଉ ମୋତେ ଚୁପ୍ ରହିବା ପାଇଁ  ଧମକ ମଧ୍ୟ ଦେଇଛନ୍ତି । ସଞ୍ଜୟ ଆହୁରି ମଧ୍ୟ ବୟାନରେ କହିଛନ୍ତି ମୋତେ କୋଲକତା ପୋଲିସ୍ ଧମକ ଦେଇଛି ।       

କିନ୍ତୁ ଏପଟେ  ସିବିଆଇ ଚାର୍ଜସିଟରେ ସଞ୍ଜୟ ରାୟକୁ ମୁଖ୍ୟ ଅପରାଧି ବୋଲି ଦର୍ଶାଇଛି । ଏଥିସହିତ ଏହି କେସକୁ ଗ୍ୟାଙ୍ଗ ରେପ୍ ପରିବର୍ତ୍ତେ ରେପ୍ ବୋଲି ଚାର୍ଜ ସିଟରେ ଉଲ୍ଲେଖ କରିଛି  ସିିବିଆଇ । ପୀଡିତାଠାରୁ ନିଆଯାଇଥିବା ସିମେନ୍ ସାମ୍ପୁଲ ମଧ୍ୟ ସଞ୍ଜୟ ରନ୍ର ବୋଲି ମ୍ୟାଚ୍ କରିଛି । ସିଏଫଏସଏଲ ରିପୋର୍ଟରୁ ପୃଷ୍ଟି  ହୋଇସାରିଛି ଯେ, ସିମେନ ସଞ୍ଜୟ ରାୟର ବୋଲି । କିନ୍ତୁ ଏପଟେ ଅଭିଯୁକ୍ତ ସଞ୍ଜୟ ନିଜ ବୟାନରେ କହୁଛି ମୁଁ ନିର୍ଦ୍ଦୋଶ..