ଲଭ୍ ଜିହାଦ ଅଭିଯୋଗ ଘଟଣା ; ଅଭିଯୁକ୍ତ ସମୀର ମନସୁରର ସ୍ବାସ୍ଥ୍ୟପରୀକ୍ଷା ହୋଇ କରାଯିବ କୋର୍ଟ ଚାଲାଣ ।

କାଶ୍ମୀରରେ ରହୁଥିବା ବିହାରର ସମୀର ମନସୁର ୨୦୨୨ରେ ଏକ ଅନଲାଇନ ଗେମ୍‌ ଜରିଆରେ ଓଡ଼ିଶାର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ଟେଲିଫୋନ ନମ୍ବର ଏକ୍ସଚେଞ୍ଜ ପରେ ଦୁହିଁଙ୍କ ଭିତରେ ସମ୍ପର୍କ ବଢ଼ିଲା ।

33love

କନକ ବ୍ୟୁରୋ : ଭୁବନେଶ୍ବରରେ ଲଭ୍ ଜିହାଦ ନେଇ ଆସିଥିବା ସାଂଘାତିକ ଅଭିଯୋଗର ଅଭିଯୁକ୍ତ ସମୀର ମନସୁରର ସାମ୍ନାକୁ ଆସିଛି ଭିଜୁଆଲ । କାଶ୍ମୀରରେ ରହୁଥିବା ବିହାରର ସମୀର ମନସୁର ୨୦୨୨ରେ ଏକ ଅନଲାଇନ ଗେମ୍‌ ଜରିଆରେ ଓଡ଼ିଶାର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ଟେଲିଫୋନ ନମ୍ବର ଏକ୍ସଚେଞ୍ଜ ପରେ ଦୁହିଁଙ୍କ ଭିତରେ ସମ୍ପର୍କ ବଢ଼ିଲା ।

ଯୁବତୀଙ୍କୁ ଦେଖା କରିବାକୁ ଆସି ସମୀର ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀର ଏକ ହୋଟେଲରେ ଯୁବତୀଙ୍କ ସହ ରହିଥିଲା ଏବଂ ବିବାହ କରିବାକୁ କଥା ଦେଇଥିଲା । କିନ୍ତୁ ପରେ ଯୁବକ ଜଣକ ମୁସଲମାନ ବୋଲି ଜଣାପଡ଼ିଲା । ମୁସଲମାନ ହୋଇ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲା ସମୀର । ଗୁରୁବାର ପୁଣି ଭୁବନେଶ୍ୱରରେ ପହଁଞ୍ଚି ଯୁବତୀଙ୍କୁ କାଶ୍ମୀର ନେଇଯିବାକୁ ଯୋଜନା କରୁଥିବା ବେଳେ ତାକୁ ଅଟକ ରଖିଛି ମହିଳା ଥାନା ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe