ଜାମିନରେ ଆସି ହଇରାଣ କରୁଛନ୍ତି ଅଭିଯୁକ୍ତ ; ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ

Advertisment

ହଇରାଣ କରୁଛନ୍ତି ଜାମିନ୍‌ରେ ଆସିଥିବା ଅଭିଯୁକ୍ତ । ଘର ଉପରକୁ ଫିଙ୍ଗୁଛନ୍ତି ଇଟା ଓ ମଦ ବୋତଲ ।  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦୁଃଖ ଜଣାଇଲେ ରାୟଗଡ଼ା ଜିଲ୍ଲା ପଦ୍ମପୁରର ଭୈରବ ସାହୁଙ୍କ ପରିବାର । କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବାକୁ ଚେତାବନୀ ।

ହଇରାଣ କରୁଛନ୍ତି ଜାମିନ୍‌ରେ ଆସିଥିବା ଅଭିଯୁକ୍ତ । ଘର ଉପରକୁ ଫିଙ୍ଗୁଛନ୍ତି ଇଟା ଓ ମଦ ବୋତଲ ।  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦୁଃଖ ଜଣାଇଲେ ରାୟଗଡ଼ା ଜିଲ୍ଲା ପଦ୍ମପୁରର ଭୈରବ ସାହୁଙ୍କ ପରିବାର । କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବାକୁ ଚେତାବନୀ ।

7

କନକ ବ୍ୟୁରୋ: ହଇରାଣ କରୁଛନ୍ତି ଜାମିନରେ ଆସିଥିବା ଅଭିଯୁକ୍ତ । ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଘର ଉପରକୁ ମଦବୋତଲ ଓ ଇଟା ଫିଙ୍ଗୁଛନ୍ତି, ଏହାସହ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି । ଫଳରେ ଡରି ଡରି ବଞ୍ଚୁଛନ୍ତି ପୂରା ପରିବାର ଏବଂ ରାୟଗଡ଼ାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀ ଶିବରରେ ପହଞ୍ଚି ଜିଲ୍ଲାପାଳ ଓ ଏସପିଙ୍କୁ ନିଜ ଦୁଃଖ ଜଣାଇଛନ୍ତି ରାୟଗଡ଼ା ପଦ୍ମପୁର ବ୍ଲକର ସ୍ବର୍ଗତ ଭୈରବ ସାହୁଙ୍କ ପରିବାର ଲୋକେ ।

ଗୁଣିଗାରେଡ଼ି ସନ୍ଦେହରେ ଗତ ଏପ୍ରିଲ ମାସ ୨୦ ତାରିଖରେ ଭୈରବଙ୍କୁ ହତ୍ୟା କରାଯାଇଥିଲା । ଗାଁର ୫୦ରୁ ୬୦ ଲୋକେ ଭୈରବଙ୍କ ଘରେ ପଶି ତାଙ୍କୁ ପିଟିପଟି ହତ୍ୟା କରିଥିଲେ । ଏନେଇ ଭୈରବଙ୍କ ପରିବାର ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା  । କିନ୍ତୁ ୪ ମାସ ପରେ ଅଭିଯୁକ୍ତମାନେ ଜାମିନରେ ଆସି ଖୁଲମଖୁଲା ବୁଲିବା ସହ ଭୈରବଙ୍କ ପରିବାରକୁ ଧମକ ଦେଉଛନ୍ତି । ଏନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି ପରିବାର । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଭୈରବ ସାହୁଙ୍କ ପତ୍ନୀ ଓ ଝିଅ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe