କନକ ବ୍ୟୁରୋ: ୪ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ଅଭିଯୁକ୍ତ କାଳିଆ ଷଣ୍ଢକୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ପୋଲିସ । ଦୁଷ୍କର୍ମ ପୂର୍ବରୁ ଅଭିଯୁକ୍ତ ଅଶ୍ଳୀଳ ଭିଡ଼ିଓ ଦେଖିଥିଲା । ପରେ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ସେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ଜଣକ ମଦ୍ୟପାନ କରିଥିବା ବେଳେ କୁନି ଶିଶୁ ଜଣଙ୍କୁ ଚକୋଲେଟ ଓ ଚିପ୍ସର ପ୍ରଲୋଭନ ଦେଖାଇଥିଲା । ପରେ ନିକଟରେ ନିର୍ମାଣ କରାଯାଉଥିବା ଏକ ଅଙ୍ଗନବାଡ଼ି କୋଠାକୁ ନେଇ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ଜଣାପଡିଛି । ଗଞ୍ଜାମ ପାଟପୁର ଥାନା ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଅଜା ଘରକୁ ଆସି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ୪ବର୍ଷର ଶିଶୁକନ୍ୟା ।