କନକ ବ୍ୟୁରୋ : ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ହାଇଡ୍ରାମା । ଅଧା ପୋଡ଼ା ମୃତଦେହ ଜବତ କଲା ପୋଲିସ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପରେ ବିବାଦ ଦେଖାଦେଇଛି । ଶବ ବ୍ୟବଚ୍ଛେଦ ନକରି, କାହାକୁ ନଜଣାଇ ଶବଦାହ କରୁଥିବା ବେଳେ ଖବର ପାଇ ସମ୍ପର୍କୀୟ ଓ ପୋଲିସ ସତ୍ୟନଗର ମଶାଣିରେ ପହଞ୍ଚିଛନ୍ତି ।  ବୋହୂ କାହାକୁ ନଜଣାଇ ଶାଶୁ ତଥା ଅଶ୍ରୁକଣା ପ୍ରଧାନଙ୍କ ଶବ ପୋଡ଼ିବା ବେଳେ ଉତ୍ତେଜନା ଦେଖାଦେଇଛି । ପୋଲିସ ମୃତଦେହକୁ ଅଧା ପୋଡ଼ା ଅବସ୍ଥାରେ ଜବତ କରିଛି ।

Advertisment

ସମ୍ପତ୍ତି ପାଇଁ ବୋହୁ ଶାଶୂଙ୍କ ମାରି ଦେଇଥିବା ଅଭିଯୋଗ ହେଇଥିବା ବେଳେ , ବୋହୁଙ୍କ ଅଭିଯୋଗ ଆମ ସମ୍ପର୍କୀୟ ସମ୍ପତ୍ତି ପାଇଁ ମିଛ କହିଛନ୍ତି । ଘରେ ଶାଶୂଙ୍କ ସମ୍ପର୍କୀୟ ଲୋକ ଅନେକ ବର୍ଷ ଧରି ମତେ ନିର୍ୟାତନା ଦେଇ ଆସୁଥିବା ଅଭିଯୋଗ କରିଥିବା ହେତୁ ସିଏ କାହାକୁ କିଛି ନକହି ଶେଷକୃତ୍ୟ କରୁଥିବା କହିଛନ୍ତି । ଅନ୍ୟପଟେ ବୋହୁ ଶାଶୂଙ୍କୁ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସାନ ଭଉଣି । ଘଟଣା ସ୍ଥଳରେ ଖାରବେଳନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।