କନକ ବ୍ୟୁରୋ: ଆସାମ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ। ଅଭିଯୁକ୍ତ ତଫଜୁଲ ଇସ୍ଲାମକୁ କ୍ରାଇମସ୍ପଟକୁ ନେବା ବେଳେ ସେ ପୋଲିସ ହାତରୁ ଚମ୍ପଟ ମାରି ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିଲା। ଏହି ସମୟରେ ପୋଖରୀରେ ପଡ଼ି ତାର ମୃତ୍ୟୁ ହୋଇଛି।
ଭୋର ୪ଟା ସମୟରେ ପୋଲିସ କ୍ରାଇମସ୍ପଟକୁ ନେଉଥିଲା। କ୍ରାଇମ୍ସିନ୍ ରିକ୍ରିଏସନ୍ କରିବା ପାଇଁ ପୋଲିସ ତଫଜୁଲ ଇସ୍ଲାମକୁ ନେଇ ଯାଉଥିଲା। ଏହି ସମୟରେ ଫେରାର ହେବାକୁ ଉଦ୍ୟମ କରି ପୋଖରୀକୁ ଡେଇଁ ପଡ଼ିଥିଲା। ଦୁଇ ଘଂଟା ଧରି ପୋଲିସ ଖୋଜାଖୋଜି କରିବା ପରେ ଅଭିଯୁକ୍ତର ମୃତଦେହ ଉଦ୍ଧାର କରାଯାଇଛି। ଆସାମର ନଗାଓଁ ଜିଲ୍ଲାରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ତିନି ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାରେ ନାବାଳିକା ଜଣକ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣା ଘଟିଥିଲା। ରାସ୍ତାକଡ଼ରେ ନାବାଳିକାକୁ ଅଚେତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତାଙ୍କୁ ଚିକତ୍ସା ପାଇଁ ନଗାଓଁ ଜିଲ୍ଲାର ଧିଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ମାମଲାର ତ୍ୱରିଷ୍ଠ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2y0mNzAYZqEDFLivj45w.jpg)