କନକ ବ୍ୟୁରୋ: ଜେଲ ପରିସରରେ ବାଜିଲା ସାହାନାଇ, ପଡ଼ିଲା ହାତଗଣ୍ଠି । ଦୁଷ୍କର୍ମ ପୀଡ଼ିତାଙ୍କୁ ବିବାହ କେଲ ଅଭିଯୁକ୍ତ । ଗଞ୍ଜାମ ଜିଲ୍ଲା କୋଦଳା ସବଜେଲ ପରିସରରେ ଏହି ନିଆରା ବାହାଘରର ଆୟୋଜନ କରିଥିଲେ ଜେଲ୍ କର୍ତ୍ତୃପକ୍ଷ । ୬ ମାସ ତଳେ ଏକ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇଥିଲେ ପୋଲସରା ଥାନାଞ୍ଚଳ ଗୋଛାବାଡି ଗାଁର ସୂର୍ଯ୍ୟକାନ୍ତ ବେହେରା । ଏବେ ସେ କୋଦଳା ସବ୍ଜେଲରେ ଅଛନ୍ତି । ୬ ମାସ ପରେ ଦୁଷ୍କର୍ମ ଅଭିଯୋଗ କରିଥିବା ଯୁବତୀଙ୍କ ପରିବାର ଓ ସୂର୍ଯ୍ୟକାନ୍ତଙ୍କ ପରିବାର ମଧ୍ୟରେ ଆପୋଷ ବୁଝାମାଣା ପରେ ଦୁଇ ପକ୍ଷ ବିବାହ ପାଇଁ କୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କ ମଞ୍ଜୁରୀ ପରେ ଜେଲ୍ ପରିସରରେ ଥିବା ଏକ ମନ୍ଦିରରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ବାହାଘର ହୋଇଛି । ବିବାହରେ ଦୁଇ ଜଣଙ୍କ ପରିବାର ସଦସ୍ୟଙ୍କ ସମେତ ଜେଲର୍ ଓ ଓକିଲ ଉପସ୍ଥିତି ଥିଲେ । ତେବେ ବାହାଘର ପରେ ଝିଅ ନିଜ ଶାଶୁଘରକୁ ଯାଇଥିବା ବେଳେ ପୁଅ ପୁଣି ଜେଲକୁ ଫେରିଛି । ତେବେ ଖୁବଶୀଘ୍ର ଅଭିଯୁକ୍ତ ସୂର୍ଯ୍ୟକାନ୍ତର ଜାମିନ ମଞ୍ଜୁର ହୋଇଯିବ ବୋଲି କହିଛନ୍ତି ଜେଲର୍ ।
ଜେଲ୍ରେ ବାଜିଲା ସାହାନାଇ, ଦୁଷ୍କର୍ମ ପୀଡ଼ିତାଙ୍କୁ ବାହା ହେଲା ଅଭିଯୁକ୍ତ
ଦୁଷ୍କର୍ମ ପୀଡ଼ିତାଙ୍କୁ ବାହା ହେଲା ଅଭିଯୁକ୍ତ । ଜେଲ୍ ପରିସରରେ ବିବାହ ଆୟୋଜନ କଲେ ଜେଲ୍ କର୍ତ୍ତୃପକ୍ଷ । ପରିବାର ଲୋକ ଓ ଜେଲର୍ଙ୍କ ଉପସ୍ଥିତିରେ ପଡ଼ିଲା ହାତଗଣ୍ଠି ।
/kanak/media/media_files/2025/04/28/RXjhXAOaScM0EkoFq63Y.jpg)