ଚିକିଟି ମଦମୃତ୍ୟୁ ମାମଲାର ଅଭିଯୁକ୍ତ ସୁରେନ୍ଦ୍ର ମଳିକଙ୍କ ମୃତ୍ୟୁ , ପତ୍ନୀ ସୁସ୍ଥ

Advertisment

ଚିକିଟି ମଦମୃତ୍ୟୁ ମାମଲାର ଅଭିଯୁକ୍ତଙ୍କ ମୃତ୍ୟୁ । ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମଣ୍ଡା ଗ୍ରାମର ସୁରେନ୍ଦ୍ର ମଳିକଙ୍କ ମୃତ୍ୟୁ ହୋଇଛି ।

ଚିକିଟି ମଦମୃତ୍ୟୁ ମାମଲାର ଅଭିଯୁକ୍ତଙ୍କ ମୃତ୍ୟୁ । ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମଣ୍ଡା ଗ୍ରାମର ସୁରେନ୍ଦ୍ର ମଳିକଙ୍କ ମୃତ୍ୟୁ ହୋଇଛି ।

Death

କନକ ବ୍ୟୁରୋ : ଚିକିଟି ମଦମୃତ୍ୟୁ ମାମଲାର ଅଭିଯୁକ୍ତଙ୍କ ମୃତ୍ୟୁ । ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମଣ୍ଡା ଗ୍ରାମର ସୁରେନ୍ଦ୍ର ମଳିକଙ୍କ ମୃତ୍ୟୁ ହୋଇଛି । ସୁରେନ୍ଦ୍ର ଗିରଫ ହେବା ପରେ ବ୍ରହ୍ମପୁର ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବେଳେ ଗୁରୁବାର ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ ।

ଅଧିକ ପଢନ୍ତୁ : ଚିକିଟି ମଦମୃତ୍ୟୁ ମାମଲାରେ ତଦନ୍ତ କରିବ ବୋର୍ଡ ଅଫ ରେଭିନ୍ୟୁ । ଦୁଇମାସ ଭିତରେ ଦେବ ରିପୋର୍ଟ

ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଜାଣିବା କ୍ଷଣି ତାଙ୍କ ପତ୍ନୀ ହଠାତ୍‌ ଅସୁସ୍ଥ ହେବାରୁ ତାଙ୍କୁ ଚିକିଟି ଡାକ୍ତରଖାନାକୁ ଅଣାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ହୋଇ ନୂଆବନ୍ଧ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ଅଛନ୍ତି । ସୂଚନା ଥାଉକି, ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ମାମଲାରେ ପୁଲିସ ଓ ଅବକାରୀ ବିଭାଗ ମୋଟ ୧୬ ଜଣଙ୍କୁ ଗିରଫ କରିଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe