କନକ ବ୍ୟୁରୋ: ଅଭିଯୁକ୍ତ ଗଣେଶ ମହାପାତ୍ର ଗିରଫ। ଗତକାଲି ରାତିରେ  ଜୈନିକ ଯୁବକଙ୍କୁ କିଛି ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ଥିବା ପୋଲିସ୍ ଷ୍ଟେସନରେ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ ଗଣେଶ ମହାପାତ୍ର ବୋଲି କହିଲା ପୁଲିସ ।

Advertisment

ଏକାଧିକ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା ମଧ୍ୟ କରାଯାଉଛି। ଏଥିସହିତ ପେସାଦାର ଅପରାଧୀଙ୍କୁ ଏନଏସଏ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି। ଏହା ଏକ କ୍ରମାଗତ ପ୍ରକ୍ରିୟା ଓ ଅଭିଯୁକ୍ତମାନଙ୍କ ଏଭଳି କାରନାମାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି  ଡିସିପି ପିନାକ ମିଶ୍ର । ଏହି ଆକ୍ରମଣ ମଛରେ ବ୍ୟକ୍ତିଗତ ଶତୃତା ଥିବା କହିଛନ୍ତି ଡିସିପି ।