ଅଧାବାଟରେ ଖସି ପଳାଇଲା ଅଭିଯୁକ୍ତ ; ASI,  ଦୁଇ କନଷ୍ଟେବଳ ନିଲମ୍ବିତ

ବାଲେଶ୍ବର ଗୋପାଳପୁର ନାବାଳିକା ଅପହରଣ ମାମଲା । ଆନ୍ଧ୍ରପ୍ରଦେଶରୁ ଫେରିବାବେଳେ ଅଧ ବାଟରୁ ଚମ୍ପଟ ମାରିଲା ଅଭିଯୁକ୍ତ ।କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇଙ୍କ ସମେତ ୨ କନଷ୍ଟେବଳ ନିଲମ୍ବିତ ।

22

କନକ ବ୍ୟୁରୋ: ନାବାଳିକା ଅପହରଣ ମାମଲାରେ  ପୁଲିସ ହେପାଜତରେ ଟ୍ରେନରୁ ଅଭିଯୁକ୍ତ ଯୁବକ ଚମ୍ପଟ ମାରିବା ପରେ ବାଲେଶ୍ଵର ଏସପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା କାରଣରୁ ଜଣେ ଏଏସଆଇଙ୍କ ସମେତ ୨ କନେଷ୍ଟବଳଙ୍କୁ  ନିଲମ୍ବିତ କରାଯାଇଛି । 

ବାଲେଶ୍ବର ଗୋପାଳପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଆରୁହାବାଡ଼ ଅଞ୍ଚଳର ସଞ୍ଜୟ ରଖ ନାମକ ଯୁବକ ଅପହରଣ କରିନେଇଥିବା ଝିଅର ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ଏଏସଆଇ ଦୀପକ କୁମାର ଭୋଇଙ୍କ ନେତୃତ୍ବରେ ୩ଜଣିଆ ଟିମ୍ ଗଠନ କରାଯାଇ ପୁଲିସ ଟିମକୁ ଆନ୍ଧ୍ରପ୍ରଦେଶକୁ ପଠାଯାଇଥିଲା । ଏହି ଟିମ୍ ଫୋନ ଟ୍ରାକ କରି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରିଥିଲେ । ଟ୍ରେନ ଯୋଗେ ଅଭିଯୁକ୍ତକୁ ଓଡ଼ିଶା ଅଣାଯାଉଥିବା ବେଳେ ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ଟ୍ରେନରୁ ଚମ୍ପଟ ମାରିଥିଲା । ଏଥିରେ ପୁଲିସର ହାତ ଥିବା ଅଭିଯୋଗ ହେବା ପରେ  ବାଲେଶ୍ବର ଏସପି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଏସଆଇଙ୍କ ସମେତ ୨ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe