କନକ ବ୍ୟୁରୋ: ନାବାଳିକା ଅପହରଣ ମାମଲାରେ  ପୁଲିସ ହେପାଜତରେ ଟ୍ରେନରୁ ଅଭିଯୁକ୍ତ ଯୁବକ ଚମ୍ପଟ ମାରିବା ପରେ ବାଲେଶ୍ଵର ଏସପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା କାରଣରୁ ଜଣେ ଏଏସଆଇଙ୍କ ସମେତ ୨ କନେଷ୍ଟବଳଙ୍କୁ  ନିଲମ୍ବିତ କରାଯାଇଛି । 

Advertisment

ବାଲେଶ୍ବର ଗୋପାଳପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଆରୁହାବାଡ଼ ଅଞ୍ଚଳର ସଞ୍ଜୟ ରଖ ନାମକ ଯୁବକ ଅପହରଣ କରିନେଇଥିବା ଝିଅର ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ଏଏସଆଇ ଦୀପକ କୁମାର ଭୋଇଙ୍କ ନେତୃତ୍ବରେ ୩ଜଣିଆ ଟିମ୍ ଗଠନ କରାଯାଇ ପୁଲିସ ଟିମକୁ ଆନ୍ଧ୍ରପ୍ରଦେଶକୁ ପଠାଯାଇଥିଲା । ଏହି ଟିମ୍ ଫୋନ ଟ୍ରାକ କରି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରିଥିଲେ । ଟ୍ରେନ ଯୋଗେ ଅଭିଯୁକ୍ତକୁ ଓଡ଼ିଶା ଅଣାଯାଉଥିବା ବେଳେ ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ଟ୍ରେନରୁ ଚମ୍ପଟ ମାରିଥିଲା । ଏଥିରେ ପୁଲିସର ହାତ ଥିବା ଅଭିଯୋଗ ହେବା ପରେ  ବାଲେଶ୍ବର ଏସପି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଏସଆଇଙ୍କ ସମେତ ୨ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି ।