କନକ ବ୍ୟୁରୋ: କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟା ରହସ୍ୟ ଖୋଲିବା ପରେ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଦୁର୍ଘଟଣାରେ ନୁହଁ, ଦୀପକ ହିଁ ହତ୍ୟା କରିଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ । ଘଟଣାର ପୁଣି ଥରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ବାପା, ମା’ ଓ ଭଉଣୀ । ତଦନ୍ତ କଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି । ଏହାରି ଭିତରେ ପ୍ରଥମ ପତ୍ନୀଙ୍କ ଭଉଣୀ ପୁଣି ଥରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଭୁବନେଶ୍ବର କମିଶନରେଟ୍ ପୋଲିସ ନିକଟରେ ତଦନ୍ତ ପାଇଁ ଦାବି କରିଛନ୍ତି ।
୨୦୧୮ ଏପ୍ରିଲ ୨୫ ତାରିଖରେ ପ୍ରଥମ ବିବାହ କରିଥିଲେ ଦୀପକ
ପ୍ରଥମ ପତ୍ନୀ ଆରଆଇ ଚାକିରି କରିଥିଲେ
ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ପରେ ବିବାହ ହୋଇଥିଲା
୨୦୨୨ ମାର୍ଚ୍ଚ ୧୭ ରାତି ୯ଟାରେ ପ୍ରଥମ ପତ୍ନୀଙ୍କ ସହ କାରରେ ଭୁବନେଶ୍ବର ଆସୁଥିଲେ ଦୀପକ
ଢେଙ୍କାନାଳରୁ ଆସୁଥିବା ବେଳେ ପତ୍ନୀଙ୍କୁ ରାସ୍ତାରେ ପରିସ୍ରା ଲାଗିଥିଲା
ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଗାଡ଼ିରୁ ଓହ୍ଲାଇଥିଲେ
ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିବା କହିଥିଲା ଦୀପକ
ଆମ୍ବୁଲାନ୍ସ ବିଳମ୍ବ ହେବାରୁ ନିଜ କାରରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲା
ଚିକିତ୍ସା ସମୟରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଖୁଣ୍ଟୁଣୀ ଥାନାରେ ଜଣାଇଥିଲା
ପୋଲିସର ତଦନ୍ତ ବେଳେ ଟ୍ରକ୍ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା
ଶେଷରେ ଦୁର୍ଘଟଣା ଜନିତ ମୃତ୍ୟୁ କହି ମାମଲା ବନ୍ଦ କରିଦେଇଥିଲା ପୋଲିସ
ଏହାରି ଭିତରେ ପୁରୀରେ ସ୍ବର୍ଗଦ୍ବାରରେ ଶୁଭମିତ୍ରାଙ୍କ ଅନ୍ତିମ ସଂସ୍କାର କରାଯାଇଛି । କୋହକୁ ଚାପି ରଖି ଝିଅ ମୃତ୍ୟୁ ହେବାର ପ୍ରାୟ ସପ୍ତାହେ ପରେ ଉଦ୍ଧାର ହୋଇଥିବା ମୃତଦେହକୁ ସତ୍କାର କରିଛନ୍ତି ପରିବାର ସଦସ୍ୟ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏହା ସହ ଅଭିଯୁକ୍ତ ଦୀପକର ସମ୍ପତ୍ତି ଜବତ କରିବାକୁ ଦାବି କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/18/murder-2025-09-18-14-04-03.jpg)