ଯୁବକଙ୍କୁ ଗଳା କାଟି ହତ୍ୟା: ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ ।

Advertisment

ଗଜପତି ଜିଲ୍ଲା ଅଡବା ଥାନା କମାଟରେ ଚାଞ୍ଚଲ୍ୟ । ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ ।

ଗଜପତି ଜିଲ୍ଲା ଅଡବା ଥାନା କମାଟରେ ଚାଞ୍ଚଲ୍ୟ । ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ ।

ଯୁବକଙ୍କୁ ଗଳାକାଟି ହତ୍ୟା

ଯୁବକଙ୍କୁ ଗଳାକାଟି ହତ୍ୟା Photograph: (kanaknews)

କନକ ବ୍ୟୁରୋ: ଯୁବକଙ୍କ ଗଳା କାଟି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା କଟାମାରେ। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ମୁଠା ମାଝି l  ଗତ ରାତିରେ ସେ ନିଜ ଗାଁ ତୁଆବାଡିକୁ ବାଇକ୍ ଯୋଗେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ କରଡ଼ାବାଡ଼ି ଗାଁ ନିକଟରେ ଅତି ନୃଶଂସ ଭାବେ ଗଳା କାଟି ହତ୍ୟା କରିଥିଲେ ।

ଖାଲି ସେତିକି ନୁହେଁ ଦୁର୍ବୃତ୍ତ ମାନେ ପ୍ରାୟ ୪ କିଲୋ ମିଟର ବାଇକରେ ଘୋଷାଡି ଘୋଷାଡି ନେଇ କଟାମା ଗାଁ ନିକଟରେ ଥିବା ପାଣିଟାଙ୍କି ନିକଟରେ ଫିଙ୍ଗି ଦେଇଥିଲେ। ପୂର୍ବରୁ ଏକ ହତ୍ୟା ମାମଲାରେ ସାକ୍ଷୀ ଥିବା ବେଳେ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe