କନକ ବ୍ୟୁରୋ: ଯୁବକଙ୍କ ଗଳା କାଟି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା କଟାମାରେ। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ମୁଠା ମାଝି l ଗତ ରାତିରେ ସେ ନିଜ ଗାଁ ତୁଆବାଡିକୁ ବାଇକ୍ ଯୋଗେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ କରଡ଼ାବାଡ଼ି ଗାଁ ନିକଟରେ ଅତି ନୃଶଂସ ଭାବେ ଗଳା କାଟି ହତ୍ୟା କରିଥିଲେ ।
ଖାଲି ସେତିକି ନୁହେଁ ଦୁର୍ବୃତ୍ତ ମାନେ ପ୍ରାୟ ୪ କିଲୋ ମିଟର ବାଇକରେ ଘୋଷାଡି ଘୋଷାଡି ନେଇ କଟାମା ଗାଁ ନିକଟରେ ଥିବା ପାଣିଟାଙ୍କି ନିକଟରେ ଫିଙ୍ଗି ଦେଇଥିଲେ। ପୂର୍ବରୁ ଏକ ହତ୍ୟା ମାମଲାରେ ସାକ୍ଷୀ ଥିବା ବେଳେ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/03/aPEAvloxjdBSrL7D6iiV.jpg)