କନକ ବ୍ୟୁରୋ: କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ମନ୍ତ୍ରୀ କହିଛନ୍ତି, ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ମାନେ ଏହିଭଳି ଅସାମାଜିକ କାମ କିମ୍ବା ଦୁର୍ନୀତିରେ ଲିପ୍ତ ରହି ତଳ କର୍ମଚାରୀ ମାନଙ୍କୁ ଚାପ ପକାଉଛନ୍ତି, ତାଙ୍କ ଉପରେ ଭବିଷ୍ୟତରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ କରୁଛି ଜଙ୍ଗଲ ଓ ପରିବେଶ ବିଭାଗ। ଡିଏଫଓ ନିଲମ୍ବିତ ହୋଇଛନ୍ତି ।
କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା: ମନ୍ତ୍ରୀ କହିଲେ, ଦୋଷୀ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ
କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ମନ୍ତ୍ରୀ କହିଛନ୍ତି, ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
/kanak/media/media_files/kYJcdVhrIXbAPadub9Ul.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)