କନକ ବ୍ୟୁରୋ: ବିଶ୍ବ ଦରବାରରେ ପୁଣିଥରେ ପାକିସ୍ତାନ ବଦନାମ । ପାକିସ୍ତାନ ସରକାର ବିଭିନ୍ନ ସମୟରେ ଆଇଏମ୍‌ଏଫ୍‌ ଓ ଆରବ ଦେଶକୁ ସାହାଯ୍ୟ ପାଇଁ ଯାଇଥାନ୍ତି । କେବଳ ସରକାର ନୁହଁନ୍ତି, ପାକିସ୍ତାନର ଲୋକମାନେ ମଧ୍ୟ  ବିଦେଶରେ ଭିକ ମାଗିବାକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି । ସାଉଦି ଆରବ ୪୭୦୦ରୁ ଅଧିକ ପାକିସ୍ତାନୀ ଭିକାରୀଙ୍କୁ ଗିରଫ କରି ଦେଶାନ୍ତର କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ କହିଛନ୍ତି ।

Advertisment

ଏହି ପାକିସ୍ତାନୀମାନେ ବିଭିନ୍ନ ଭିସା ଅନୁମତିରେ ସାଉଦି ଆରବ ଯାଇଥିଲେ, କିନ୍ତୁ ଏଠାରେ ସେମାନେ କାମ କରିବା ପରିବର୍ତ୍ତେ ଭିକ୍ଷା ମାଗିବା ଆରମ୍ଭ କରିଥିଲେ । ଦିନକୁ ଦିନ ପାକିସ୍ତାନୀ ଭିକାରୀଙ୍କ ସଂଖ୍ୟା ବଢୁଥିବାରୁ ସାଉଦି ପୁଲିସର ସ୍ବତନ୍ତ୍ର ଅଭିଯାନରେ ପ୍ରାୟ ୫ ହଜାର ଭିକାରୀ ଧରାପଡ଼ିଛନ୍ତି । ପାକିସ୍ତାନୀ ମିଡିଆ ଅନୁଯାୟୀ, ଖୱାଜା ଆସିଫ୍ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନରେ ପ୍ରାୟ ୨କୋଟି ୨୦ଲକ୍ଷ ଭିକାରୀ ଅଛନ୍ତି, ଯେଉଁମାନେ ଭିକ୍ଷାବୃତ୍ତି ବାବଦରେ ପ୍ରତିବର୍ଷ ୪ହଜାର ୨୦୦କୋଟି ଟଙ୍କା ଆଦାୟ କରନ୍ତି । ତେବେ ବିଦେଶରେ ଭିକାରୀଙ୍କ ସଂଖ୍ୟା ବଢୁଥିବାରୁ ପାକିସ୍ତାନର ଭାବମୂର୍ତ୍ତି ଖରାପ ହେଉଛି । ଆସିଫ୍‌ କହିଛନ୍ତି, ପାକିସ୍ତାନର ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।