ଡମ୍ପରକୁ ଧକ୍କା ଦେଲା ବାଇକ୍, ଯୁବକ ଗୁରୁତର। ସେପଟେ ରେଢାଖୋଲ ଧଉରାଖମଣରେ ଲେଉଟିଲା ପିକଅପ୍ ଭ୍ୟାନ୍

Advertisment

ଡମ୍ପରକୁ ଧକ୍କା ଦେଲା ବାଇକ୍, ଯୁବକ ଗୁରୁତର। ସେପଟେ ରେଢାଖୋଲ ଧଉରାଖମଣରେ ଲେଉଟିଲା ପିକଅପ୍ ଭ୍ୟାନ୍, ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର

ଡମ୍ପରକୁ ଧକ୍କା ଦେଲା ବାଇକ୍, ଯୁବକ ଗୁରୁତର। ସେପଟେ ରେଢାଖୋଲ ଧଉରାଖମଣରେ ଲେଉଟିଲା ପିକଅପ୍ ଭ୍ୟାନ୍, ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର

accidents

accidents Photograph: (kanakNews)

କନକ ବ୍ୟୁରୋ:   ଭୁବନେଶ୍ବର ନୂଆପଲ୍ଲୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଗାପୂଜା ମଣ୍ଡପ ସାମ୍ନାରେ ଡମ୍ପରକୁ ପଛରୁ ଧକ୍କା ଦେଲା ସ୍ପିଡ୍‌ ବାଇକ୍‌ । ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ସହ ଡମ୍ପର ପଛପଟେ ପଶିଯାଇଥିଲେ ଚାଳକ । ଗୁରୁତର ଅବସ୍ଥାରେ ବାଇକ୍‌ ଆରୋହୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଇଛି ପୋଲିସ । ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ସେପଟେ ରେଢ଼ାଖୋଲ ଧଉରାଖମଣ ନିକଟରେ ଦୁର୍ଘଟଣା । ସଙ୍କିର୍ତ୍ତନ ସାରି ସୁବଳୟା ଟାମକିଆଦାଦର ଗାଁକୁ ଫେରିବା ବେଳେ ଓଲଟିଲା ପିକଅପ ଭ୍ୟାନ। ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସୁବଳୟା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି । ତେବେ ଧଉରାଖମଣ ବୁଲାଣି ନିକଟରେ ପିକଅପ ଭ୍ୟାନ ଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe