କନକ ବ୍ୟୁରୋ: ମୟୂରଭଞ୍ଜ ବୈଶିଙ୍ଗା ଥାନା ୧୮ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ଟ୍ରାକ୍ଟରକୁ ଧକ୍କା ଦେଇଛି ଟ୍ରକ୍ । ଘଟଣାସ୍ଥଳରୁ ଟ୍ରକ୍ ସହ ଟ୍ରକ୍ ଚାଳକ ମଧ୍ୟ ଫେରାର ଅଛନ୍ତି । ଟ୍ରାକ୍ଟରରେ ଥିବା ହରିୟାଣାର ୫ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ୩ ଜଣ ଗୁରୁତର ଭାବେ ବେତନଟୀ ଡାକ୍ତରଖନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନେ ଠିକାଦାରଙ୍କ ଅଧିନରେ କାମ କରିବାକୁ ଆସିଥିଲେ। ସେମାନଙ୍କର ସଠିକ୍ ପରିଚୟ ମିଳିପାରିନାହିଁ। 

Advertisment

ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ୍ ପଛରେ ପିଟିହେଲା ବାଇକ୍ । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ କଇଠପଦର ଗାଁ ମୁଖ୍ୟ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛପଟେ ବାଇକ୍ ପିଟି ହୋଇଥିଲା । ମୃତ ଦୁଇ ଜଣ ହେଲେ ଶିରିଝୋଲି ପଞ୍ଚାୟତ ଅନ୍ତର୍ଗତ ବଡ଼ ଆମ୍ବାଗୁଡ଼ା ଗାଁର ତିରୁପତି ଶବର ଓ ମଣ୍ଟୁ ଶବର । ମୃତକ ୨ଜଣ କୌଣସି କାମରେ ଗୁଣପୁର ଯାଇଥିବା ବେଳେ ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ କଇଠପଦର ଗାଁ ପାଖ ମୁଖ୍ୟ ରାସ୍ତାରେ ଛିଡ଼ା ହୋଇ ରହିଥିବା ଏକ ଲୁହା ପାଇପ ବୋଝେଇ ଟ୍ରକ୍ ପଛରେ ପିଟି ହୋଇଥିଲେ । ଦୁର୍ଘଟଣା ପରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ଖବର ପାଇ ଗୁଣପୁର ପୋଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହ ଜବତ କରିଛି ।