ବିଭିନ୍ନ ସ୍ଥାନରେ ଦୁର୍ଘଟଣା ; ୩ ମୃତ, ୬ ଗୁରୁତର

Advertisment

ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ପିଏନ୍ କଲେଜ ନିକଟରେ ଦୁର୍ଘଟଣା । ବାଇକ୍-କଣ୍ଟେନର୍‌ ଧକ୍କା, ୩ ମୃତ । ସେପଟେ ଢେଙ୍କାନାଳ ହିନ୍ଦୋଳ ଥାନା ସେରଣାବେଡ଼ା ନିକଟରେ ଗଛରେ ପିଟିହେଲା କାର୍ ।

ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ପିଏନ୍ କଲେଜ ନିକଟରେ ଦୁର୍ଘଟଣା । ବାଇକ୍-କଣ୍ଟେନର୍‌ ଧକ୍କା, ୩ ମୃତ । ସେପଟେ ଢେଙ୍କାନାଳ ହିନ୍ଦୋଳ ଥାନା ସେରଣାବେଡ଼ା ନିକଟରେ ଗଛରେ ପିଟିହେଲା କାର୍ ।

20

କନକ ବ୍ୟୁରୋ: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ବିଳମ୍ବିତ ରାତିରେ ପିଏନ କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଛି । ବାଇକ ଓ କଣ୍ଟେନର ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏକ ପଲସର ବାଇକରେ ୩ଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । 

ସେପଟେ ବ୍ରହ୍ମପୁରରୁ ମା’ ତାରାତାରିଣୀ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟି  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି । ୨ଟି ପରିବାରର ୭ ଜଣ ତାରାତାରିଣୀଙ୍କ ଦର୍ଶନ ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ରେଭେନ୍ୟୁ ଇନ୍ସପେକ୍ଟର ଥିଲେ । ସୂଚନା ଅନୁସାରେ,  ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ୨ ଜଣ ଆରଆଇଙ୍କ ପରିବାର ମା’ ତାରତାରିଣୀଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ଯାଇଥିଲେ । ସେଠାରୁ ସେମାନେ କାରରେ ଫେରୁଥିବା ବେଳେ ହିନ୍ଦୋଳ ଥାନା ସେରଣାବେଡା ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ କାରରେ ଥିବା ସୁପ୍ରକାଶ ସେଠୀ, ତାଙ୍କ ସ୍ତ୍ରୀ ସୁଜାତା ସେଠୀ, ମନୁ ସେଠୀ, ସ୍ୱସ୍ତିକ ସେଠୀ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ଦେବସ୍ମିତା ଦୀକ୍ଷିତ ଓ ୩ ମାସର ଛୋଟ ଝିଅ ଗୁରୁତର ହୋଇଥିଲେ । ମୃତ୍ୟୁଞ୍ଜୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଛି l ହିନ୍ଦୋଳ ଡାକ୍ତରଖାନାରେ ମୃତ ଦେହ ରହିଛି l ଅନ୍ୟ ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe