କନକ ବ୍ୟୁରୋ : ୮ ମାସ ଭିତରେ ଦୁର୍ଘଟଣାରେ ପ୍ରାଣ ହରାଇଲେଣି ୩ ହଜାର ୭୧୭ ଜଣ । ଜୁନ ୨୦୨୪ ରୁ୨୦୨୫ ଆଜି ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩ହଜାର ୭୧୭ । ଜୁନ ୨୦୨୪ରୁ ଆଜି ପର୍ଯ୍ୟନ୍ତ ୬ ହଜାର ୩୨୭ଟି ସଡକ ଦୁର୍ଘଟଣା ଘଟିଛି । ୩ ହଜାର ୪୦୧ ଜଣ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ୯୧୮ଟି ଦୁର୍ଘଟଣା ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଘଟିଛି ।
୧ ହଜାର ୫୨ଟି ଦୁର୍ଘଟଣା ବେପାରୁଆ ଗାଡ଼ି ଚାଳନା ପାଇଁ ଘଟିଛି । ୪୬ଟି ଦୁର୍ଘଟଣା ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ଘଟିଛି । ସେହିପରି ୪ହଜାର ୬୭୭ଟି ଦୁର୍ଘଟଣା ଅନ୍ୟାନ୍ୟ କାରଣ ପାଇଁ ଘଟିଛି । ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତର ରଖିଛନ୍ତି ପରିବହନ ମନ୍ତ୍ରୀ ।