କନକ ବ୍ୟୁରୋ: ବୁଧବାର ଦିନ ପ୍ରାୟ ୯ଟା । ଯୁବ ଠିକାଦାର କୃଷ୍ଣପଦ ସରକାର ସବୁଦିନ ପରି ନିଜ ମୋଟର ସାଇକେଲ ଯୋଗେ କାମକୁ ବାହାରିଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଜନଗହଳି ପୂର୍ଣ୍ଣ ରାସ୍ତାରେ କୃଷ୍ଣପଦଙ୍କୁ ଧକ୍କା ଦେଇଥିଲା ହାଇୱା । ତାଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ଚାଲିଗଲା ଜୀବନ । ତେବେ ହାଇୱା ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।ମାଲକାନଗିରି ଜିଲ୍ଲାରେ ଖଣି ଓ ମାଲ ପରିବହନ ପାଇଁ ଦିନରାତି ସହର ଭିତରେ ଚାଲୁଛି ହାଇୱା । 

Advertisment

ପରସ୍ପର ଭିତରେ ପ୍ରତିଯୋଗିତା ଯୋଗୁ ଧାର୍ଯ୍ୟ ସ୍ପିଡ୍ ଠାରୁ ବହୁ ଅଧିକ ବେଗରେ ଗାଡ଼ି ଚଳାଉଛନ୍ତି ଡ୍ରାଇଭର। ଯାହାଦ୍ବାରା ବାରମ୍ବାର ଦୁର୍ଘଟଣା ଘଟୁଛି । ହେଲେ ଏମାନଙ୍କ ଉପରେ ଲଗାମ ଲଗାଇବାରେ କାହାରି ଆନ୍ତରିକତା ନାହିଁ । ତେବେ ଠିକାଦାରଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନର କଥା କହିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ । ସେପଟେ ସହର ମଧ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ରାସ୍ତା ଉପରକୁ ମାଡି ଆସିବା ସହ ପାର୍କିଂର ବ୍ୟବସ୍ଥା କରୁନାହାଁନ୍ତି । ତେଣୁ ସହରର ଅସଜଡା ଟ୍ରାଫିକ୍ ବ୍ୟବସ୍ତା ସାଙ୍ଗକୁ ଭାରିଯାନ ଉପରେ ନିୟନ୍ତ୍ରଣ ଲାଗି ଦାବି ହୋଇଛି ।