କନକ ବ୍ୟୁରୋ : ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ଦୁର୍ଘଟଣା । ସ୍କୁଟିକୁ ପଛରୁ ପିଟିଲା ମାଲବାହୀ ଟ୍ରକ । ସ୍କୁଟି ଆରୋହୀଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି, ଆଉ ଦୁଇଜଣ ଗୁରୁତର ଆହତ ହୋଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ମୃତଦେହ ରଖି ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଏହି ଆନ୍ଦୋଳନରେ ସ୍ଥାନୀୟ ଲୋକଙ୍କ ସମେତ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକ ସଂଘ ସଭାପତି ସାମିଲ ହୋଇଛନ୍ତି ।

Advertisment

ନେହେରୁ ବଙ୍ଗଳା ରାସ୍ତାରେ ଜେଏସଡବ୍ଲ୍ୟୁର ମାଲବାହୀ ଗାଡି ବହୁ ସଂଖ୍ୟାରେ ଚାଲୁଛି । ଫଳରେ ଦୈନିକ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତାରେ ମାଲବାହୀ ଗାଡ଼ି ଚଳାଚଳ ନକରିବାକୁ ଲୋକେ ଦାବି କରିଛନ୍ତି ।