କନକ ବ୍ୟୁରୋ: ବଦଳିବ କି ବ୍ରିଜ୍‌ର ଡିଜାଇନ୍?
                   ବଦଳିବ କି ହଳଦିଆପଦର ବ୍ରିଜ୍‌ର ରୂପରେଖ?
                   ବ୍ରିଜ୍‌ ନିର୍ମାଣରେ ତ୍ରୁଟି ଥିବା ବିଶେଷଜ୍ଞଙ୍କ ସୂଚନା

Advertisment

ବ୍ରହ୍ମପୁର ହଳଦିଆପଦର ଓଭର ବ୍ରିଜ୍‌ । କାଳ ସାଜିଛି ବ୍ରିଜ୍‌ର ଡିଜାଇନ୍ । ନିର୍ମାଣ ପରଠାରୁ ଗଲାଣି ୨୬ ଜୀବନ । ଆଉ ଗତ ଜାନୁଆରି ୩୧ ତାରିଖ ଦୁର୍ଘଟଣା ପରେ ସରକାରଙ୍କ ଚେତା ପଶିଛି । ପୂର୍ତ୍ତ ବିଭାଗର ୪ ଜଣିଆ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳ ଯାଇ ବ୍ରିଜ୍‌ର ଅନୁଧ୍ୟାନ କରିଛନ୍ତି । ବ୍ରିଜ୍‌ ଅଧିକ ଅଙ୍କାବଙ୍କା ହେବା ସହ ଜାତୀୟ ରାଜପଥକୁ ସଂଯୋଗୀକରଣ କରିବା ଦିଗରେ ତ୍ରୁଟି ଥିବା ଅନୁଧ୍ୟାନରୁ ଜଣାପଡ଼ିଛି । ତଥାପି ସଂପୂର୍ଣ୍ଣ ଅନୁଧ୍ୟାନ ପରେ କ’ଣ ତ୍ରୁଟି ରହିଛି ଜଣାପଡିବ । ଏ ନେଇ ସପ୍ତାହେ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ସମ୍ଭବତଃ ବ୍ରିଜର ରୂପରେଖ ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ସ୍ବତନ୍ତ୍ର ଟିମ୍ ।

ଅଧିକ ପଢ଼ନ୍ତୁ : 

ଝାଟିମାଟିର କାନ୍ଥକୁ ପଲିଥିନର ଛାତ; ଭଙ୍ଗା କୁଡ଼ିଆରେ ଅଭାବୀ ଜୀବନ

୨୦୦୮ରେ ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୩ରେ ଏହା ସର୍ବସାଧାରଣଙ୍କ ଲାଗି ଖୋଲିଥିଲା । ସେହିଦିନ ଠାରୁ ଏ ପର୍ଯ୍ୟନ୍ତ ଛୋଟବଡ଼ ଦୁର୍ଘଟଣାରେ ଅନେକ ମୃତାହତ ହୋଇଛନ୍ତି । ୯ ଶହ ମିଟର ଲମ୍ବ ବ୍ରିଜ୍‌ ଅଙ୍କାବଙ୍କା ସହ ଆପ୍ରୋଚ୍‌ ରାସ୍ତା ମଧ୍ୟ ନାହିଁ । ଫଳରେ ଏବେ ଏ ରାସ୍ତାରେ ଯିବାକୁ ଭୟ ଲାଗୁଥିବା କହିଛନ୍ତି ଅଞ୍ଚଳବାସୀ । ଗତ ଜାନୁଆରି ୩୧ରେ ଏ ଓଭର ବ୍ରିଜ୍‌ରେ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଯାଇଥିଲା । ଏହାପରେ ବ୍ରିଜର ଡିଜାଇନକୁ ନେଇ ଉଠିଥିଲା ପ୍ରଶ୍ନ ।