ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ବୋତଳମା ପଚାଂୟତର ପାଟଣାହାଟ ନିକଟରେ ଦୁର୍ଘଟଣା: ହାଇୱା ଧକ୍କାରେ ଯୁବକ ମୃତ, ଡ୍ରାଇଭର ଫେରାର

କ୍ଷତିପୂରଣ ଦାବିରେ ପାଟଣା । ଖୋର୍ଦ୍ଧା ରାସ୍ତାରୋକ ।

ଦୁର୍ଘଟଣା ପରେ ରାସ୍ତାରୋକ

ଦୁର୍ଘଟଣା ପରେ ରାସ୍ତାରୋକ Photograph: (KanakNews)

କନକ ବ୍ୟୁରା:  ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ବୋତଳମା ପଚାଂୟତର ପାଟଣାହାଟ ନିକଟରେ ଦୁର୍ଘଟଣା। ବିଳମ୍ବିତ ରାତିରେ ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣକ ଅଠରାଙ୍ଗ ଗାଁର ରମେଶ ବେହେରା ବୋଲି ଜଣାପଡ଼ିଛି। ଗତ ବିଳମ୍ବିତ ରାତିରେ ବୋତଳମା ନିକଟ ପାଟଣା ଛକରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ରମେଶ ନିଜର କାମସାରି ଘରକୁ ଫେରୁଥିବା ବେଳେ ପାଟଣା ଛକରେ ହାଇୱାଟି ଧକ୍କା ଦେଇ ଫେରାର ହୋଇଯାଇଛି ।

ଦୁର୍ଘଟଣା ଘଟାଇ ହାଇଓ୍ବା ଚାଳକ ଫେରାର ହୋଇଯାଇଛି। ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ। ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଂଚି ତଦନ୍ତ କରୁଛି। ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। କ୍ଷତିପୂରଣ ଦାବିରେ ପାଟଣା- ଖୋର୍ଦ୍ଧା ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ହାଇୱା ଓ ଚାଳକ କୁ ଧରିବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe