ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଦୁର୍ଘଟଣା, ବାଇକକୁ ପଛପଟୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ

Advertisment

ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଦୁର୍ଘଟଣା, ବାଇକକୁ ପଛପଟୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ।

ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଦୁର୍ଘଟଣା, ବାଇକକୁ ପଛପଟୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ।

Accident

Accident Photograph: (google)

କନକ ବ୍ୟୁରୋ: ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ । ସୂଚନା ଅନୁସାରେ, ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ବିଳମ୍ବିତ ରାତିରେ ବାଲେଶ୍ବରରୁ ବାଲିଆପାଳ ଅଭିମୁଖେ ଯାଉଥିବା ଏକ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଧାନ ବୋଝେଇ ଟ୍ରକ । ଫଳରେ ବାଇକଟି ଟ୍ରକ ଚକା ତଳକୁ ଆସି ଯାଇଥିଲା । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।  

ଉତ୍ତରପ୍ରଦେଶ ମଥୁରାରେ ମର୍ମନ୍ତୁଦ ଦୁର୍ଘଟଣା : ୬ ମୃତ

ଘଟଣାସ୍ଥଳରେ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବସ୍ତା ଡାକ୍ତରଖାନା ପଠାଇଛି । ଧାନ ବୋଝେଇ ଟ୍ରକକୁ ଜବଦ କରି ବସ୍ତା ପୁଲିସକୁ ହସ୍ତାନ୍ତର କରିଛି । ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ବାଇକ ଆରୋହୀଙ୍କ ପରିଚୟ ମିଳିନଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ବାଲିଆପାଳ ଅଞ୍ଚଳର ବୋଲି ଜଣାପଡ଼ିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe