ଯାଜପୁର ବୁଦ୍ଧରାଜ ସ୍କୁଲ ନିକଟରେ ଦୁର୍ଘଟଣା : ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇୱା , ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Advertisment

ଯାଜପୁର ରୋଡ ଥାନା ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା  ।  ବିଦ୍ୟାଳୟର ୨ ଜଣ ଛାତ୍ରୀଙ୍କୁ ଧକ୍କାଦେଲା ହାଇୱା। ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି  ।  ଘଟଣା ସ୍ଥଳରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି  ।  ସ୍ଥାନୀୟ ଲୋକଙ୍କ ଦ୍ୱାରା ଯାଜପୁର ରୋଡ଼ କଳିଙ୍ଗନଗର ରାସ୍ତା ଅବରୋଧ କରାଯାଇଛି  । 

ଯାଜପୁର ରୋଡ ଥାନା ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା  ।  ବିଦ୍ୟାଳୟର ୨ ଜଣ ଛାତ୍ରୀଙ୍କୁ ଧକ୍କାଦେଲା ହାଇୱା। ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି  ।  ଘଟଣା ସ୍ଥଳରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି  ।  ସ୍ଥାନୀୟ ଲୋକଙ୍କ ଦ୍ୱାରା ଯାଜପୁର ରୋଡ଼ କଳିଙ୍ଗନଗର ରାସ୍ତା ଅବରୋଧ କରାଯାଇଛି  । 

highwaa

highwaa Photograph: (KanakNews )

କନକବ୍ୟୁରୋ : ଯାଜପୁର ରୋଡ ଥାନା ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା  ।  ବିଦ୍ୟାଳୟର ୨ ଜଣ ଛାତ୍ରୀଙ୍କୁ ଧକ୍କାଦେଲା ହାଇୱା। ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି  ।  ଘଟଣା ସ୍ଥଳରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି  ।  ସ୍ଥାନୀୟ ଲୋକଙ୍କ ଦ୍ୱାରା ଯାଜପୁର ରୋଡ଼ କଳିଙ୍ଗନଗର ରାସ୍ତା ଅବରୋଧ କରାଯାଇଛି  ।  ଖବରପାଇ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି  ।  ଆହତ ଛାତ୍ରୀ ମାନେ ହେଲେ ସିପ୍ରା ପ୍ରିୟଦର୍ଶିନୀ ବାରିକ ଓ ଅର୍ଚ୍ଚିତା ବେହେରା । 

ଉଭୟ ନବମ ଶ୍ରେଣୀର ଛାତ୍ରୀ। ଆଜି ୨ଜଣ ଛାତ୍ରୀ ସାଇକେଲ ଯୋଗେ ବିଦ୍ୟାଳୟକୁ ଆସୁଥିବାବେଳେ ବିଦ୍ୟାଳୟଠୁ ମାତ୍ର ୧୦୦ ମିଟର ଦୁରରେ ତାଙ୍କୁ ଧକ୍କା ଦେଇଥିଲା ହାଇୱା। ମାତ୍ର ୫ ମିନିଟ ଭିତରେ ବିଦ୍ୟାଳୟରେ ପହଂଚି ଥାନ୍ତେ ଛାତ୍ରୀ  ।   ମାତ୍ର ଅଧବାଟରେ ଘଟିଥିଲା ଏଭଳି ଅଘଟଣ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଛାତ୍ରୀଙ୍କୁ ପ୍ରଥମେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା  ।

ପ୍ରାଥମିକ ଚିକିତ୍ସା ପରେ ଅର୍ଚ୍ଚିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ଛାତ୍ରୀ ସ୍ଥାନୀୟ ଧୂଳିଗଡ଼ ଅଂଚଳର ବୋଲି ସୂଚନା ମିଳିଛି। ଖବରପାଇ ଯାଜପୁର ରୋଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଘର୍ଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ୨ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସ୍ଥାନୀୟ ଲୋକଙ୍କ ଦ୍ୱାରା ଯାଜପୁର ରୋଡ଼  କଳିଙ୍ଗ ନଗର ରାସ୍ତା ଅବରୋଧ କରାଯିବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା  । 

ଦାନଗଦି ତହସିଲଦାର, ଦାନଗଦି ବିଡ଼ିଓଙ୍କ ସମେତ ଯାଜପୁର ରୋଡ଼ ଏସଡିପିଓ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ରେଡ଼କ୍ରସ ପାଣ୍ଠିରୁ ୨ ଆହତ ଛାତ୍ରୀଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଉଠିଥିଲେ ଆନ୍ଦୋଳନକାରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe