କନକ ବ୍ୟୁରୋ: ଯାଜପୁର ଧର୍ମଶାଳାରେ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ତିନି ଜଣଙ୍କ ମୃତ୍ୟୁ । ବାଲିଚନ୍ଦ୍ରପୁର ଥାନା ବାହାଦୁରନଗର ନିକଟରେ ଦୁର୍ଘଟଣା ହୋଇଛି । ଟ୍ରାକ୍ଟର ଓଲଟି ପଡ଼ିବାରୁ ଅଜା ଆଈ ସହ ନାବାଳକ ନାତିର ମୃତ୍ୟୁ ହୋଇଛି । ଏମାନେ ଟ୍ରାକ୍ଟରରେ ନିଜ ଘର ନିକଟସ୍ଥ କଳାଶ୍ରୀ ଗୋପାଳପୁରକୁ ଯାଉଥିବା ବେଳେ ଏକ ଉଠାଣିରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ସମସ୍ତ ଆହତଙ୍କୁ ବଡ଼ଚଣା ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।