କନକ ବ୍ୟୁରୋ: ଶିଶୁକୁ ଚାପି ଦେଲା ହାଇୱା । ସ୍ପିଡ ବ୍ରେକର ହେଲା କାଳ । ଘଟଣାସ୍ଥଳରେ ଦେଢ଼ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ବାପା ମା ଅଳ୍ପକେ ବଞ୍ଚିଗଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ଗୋଟିଏ ବାଇକରେ ସ୍ୱାମୀ ସ୍ତ୍ରୀ ଓ ଦେଢ଼ ବର୍ଷର ଛୁଆ ଯାଉଥିଲେ । ସ୍ପିଡ ବ୍ରେକର ଦେଇ ଯିବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଇଥିଲା ବାଇକ ।
ଦେଢ଼ ବର୍ଷର ପିଲାଟିକୁ ସାମ୍ନାରୁ ଆସୁଥିବା ହାଇୱା ଚାପିଦେଇଥିଲା । ବୀରମିତ୍ରପୁର ବିର୍ସାମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଘଟଣା ଦୁର୍ଘଟଣା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଜାତୀୟ ରାଜ ପଥ ଆବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ ।