କାରକୁ ପିଟିଲା କାର୍ ; ଭୁବନେଶ୍ବର ରେଳକୁଞ୍ଜ ନିକଟରେ ଦୁର୍ଘଟଣା

ଭୁବନେଶ୍ବର ରେଳକୁଞ୍ଜ ନିକଟରେ ରାତି ଅଧରେ ଦୁର୍ଘଟଣା । କାରକୁ ଧକ୍କା ଦେଲା କାର । ବର୍ତ୍ତିଗଲେ ୨ ଗାଡ଼ିର ଚାଳକ । ଘଟଣାସ୍ଥଳରୁ ୨ ଫେରାର । ଅଧିକ ତଦନ୍ତ କରୁଛି ପୁଲିସ୍ ।

Screen Shot 2025-08-17 at 7.43.54 AM

କନକ ବ୍ୟୁରୋ: ରାଜଧାନୀରେ ମଝି ରାତିରେ ଦୁର୍ଘଟଣା । କାରକୁ ଧକ୍କା ଦେଲା କାର । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳ ରେଳକୁଞ୍ଜ ପାଖରେ ଏହି ଦୁର୍ଘଟଣା ଘଟିଛି । ବିପରୀତ ଦିଗରୁ ଆସୁଥିବା ଦୁଇଟି କାର୍ ପରସ୍ପର ମୁହାଁମୁହିଁ ହୋଇଥିଲେ । ତେବେ ସୌଭାଗ୍ୟବଶତଃ କେହି ମୃତାହତ ହୋଇ ନାହାନ୍ତି । ଦୁଇଟି ଗାଡ଼ିକୁ କ୍ଷତି ପହଞ୍ଚିଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜଣେ କାର ମାଲିକ ସେଠାରେ ଉପସ୍ଥିତ ଥିଲେ । ହେଲେ ଅନ୍ୟ କାରରେ ଥିବା ୨ ଜଣ ଫେରାର ହୋଇଯାଇଛନ୍ତି । ଫେରାର ଦୁଇ ବ୍ୟକ୍ତି କିଏ ଆଉ ଦୁର୍ଘଟଣା ପରେ କାହିଁକି ଫେରାର ହୋଇଗଲେ, ସେ ନେଇ ପୁଲିସ୍ ଘଟଣାର ଅଧିକ ଯାଞ୍ଚ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe