ଇଟାମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Advertisment

୫୭ ନମ୍ବର ଜାତୀୟ ରାଜପଥ ଇଟାମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି ।

୫୭ ନମ୍ବର ଜାତୀୟ ରାଜପଥ ଇଟାମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି ।

Accident 2

କନକ ବ୍ୟୁରୋ : ୫୭ ନମ୍ବର ଜାତୀୟ ରାଜପଥ ଇଟାମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଜୟନ୍ତୀ ପାଲ । ଦୁର୍ଘଟଣା ପରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ ।

ସୂଚନା ଅନୁସାରେ, ସ୍ଥାନୀୟ ନୂଆ ଘଡୁଆଳ ଗାଁର ଏକ ଦମ୍ପତ୍ତି ସ୍କୁଟି ଯୋଗେ ଫେରୁଥିଲେ । ତେବେ ଇଟାମାଟି ନିକଟରେ ଜୟନ୍ତୀଙ୍କ ଶାଢ଼ୀ ଚକା ଭିତରେ ପଶିଯିବାରୁ ରାସ୍ତା ଉପରେ ପଡିଯାଇଥିଲେ । ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ପ୍ରଫୁଲ୍ଲ ପାଲ ଗୁରୁତର ଆହତ ହୋଇଛନ୍ତି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲା ବେଳେ ପୋଲିସ ପହଂଚି ବୁଝାସୁଝା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe