କନକ ବ୍ୟୁରୋ : ୫୭ ନମ୍ବର ଜାତୀୟ ରାଜପଥ ଇଟାମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଜୟନ୍ତୀ ପାଲ । ଦୁର୍ଘଟଣା ପରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ ।
ସୂଚନା ଅନୁସାରେ, ସ୍ଥାନୀୟ ନୂଆ ଘଡୁଆଳ ଗାଁର ଏକ ଦମ୍ପତ୍ତି ସ୍କୁଟି ଯୋଗେ ଫେରୁଥିଲେ । ତେବେ ଇଟାମାଟି ନିକଟରେ ଜୟନ୍ତୀଙ୍କ ଶାଢ଼ୀ ଚକା ଭିତରେ ପଶିଯିବାରୁ ରାସ୍ତା ଉପରେ ପଡିଯାଇଥିଲେ । ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ପ୍ରଫୁଲ୍ଲ ପାଲ ଗୁରୁତର ଆହତ ହୋଇଛନ୍ତି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲା ବେଳେ ପୋଲିସ ପହଂଚି ବୁଝାସୁଝା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Kv8ver8YDeriMtyylqAw.jpg)