ଚଳନ୍ତା ଟ୍ରେନରେ ଅଘଟଣ:ଟ୍ରେନକୁ ଚଢୁଥିବାବେଳେ ଚାପି ହୋଇଗଲେ ମା ଓ ଝିଅ

ଚଳନ୍ତା ଟ୍ରେନରେ ଚଢିବା ବେଳେ ଅଘଟଣ । କରବା ଏକ୍ସପ୍ରେସରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର। ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନରେ ଏହି ଅଘଟଣ ଘଟିଛି ।

train 1

କନକବ୍ୟୁରୋ: ଚଳନ୍ତା ଟ୍ରେନରେ ଚଢିବା ବେଳେ ଅଘଟଣ। କରବା ଏକ୍ସପ୍ରେସରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର । ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନରେ ଏହି ଅଘଟଣ ଘଟିଛି । ଗୁରୁତର ମା’ ଓ ୪ ବର୍ଷର ଝିଅକୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି ।

ଦୁର୍ଘଟଣାରେ ମା’ ରତିକା ଚନ୍ଦନାଙ୍କର ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟିଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି । ତାଙ୍କ ୪ ବର୍ଷ ଝିଅ ହସ୍ତିନା ଚନ୍ଦନାଙ୍କର ଡାହାଣ ହାତ ଓ ଗୋଡ଼ କଟିଛି ।

 ସ୍ୱାମୀ ଚୈତନ୍ୟ ଚନ୍ଦନା, ସ୍ତ୍ରୀ ଓ ପିଲାଙ୍କୁ ଧରି ଟିଟିଲାଗଡ଼ କାନିଝୁରିରୁ ରାୟଗଡାକୁ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ। ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe