କାର ଚୁରମାର ହେଲା, ଏୟାରବ୍ୟାଗ୍ ବଞ୍ଚାଇଦେଲା ଜୀବନ

କାର ଚୁରମାର ହେଲା, ଏୟାରବ୍ୟାଗ୍ ବଞ୍ଚାଇଦେଲା ଜୀବନ ; ରାଜଧାନୀରେ ଭୟଙ୍କର ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ କାରକୁ ପିଟିଲା ହାଇୱା । ଏୟାରବ୍ୟାଗ୍ ଯୋଗୁଁ ମୃତ୍ୟୁରୁ ବର୍ତ୍ତିଗଲେ ଗାଡିଚାଳକ  । 

17car

କନକ ବ୍ୟୁରୋ: ଜୀବନ ବଞ୍ଚାଇଲା ଏୟାର ବ୍ୟାଗ୍, ମୃତ୍ୟମୁଖରୁ ଅଳ୍ପକେ ବଞ୍ଚିଲେ ଗାଡ଼ି ଚାଳକ । ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏୟାର ବ୍ୟାଗ ଯୋଗୁ ଗାଡ଼ି ଚାଳକ ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। 

ଗାଡ଼ି ଚାଳକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଟି ଜୟଦେବ ବିହାର ଛକରୁ କଳିଙ୍ଗ ଷ୍ଟାଡିୟମ ଆଡ଼କୁ ଆସୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଏକ ହାଇୱା। ଏତେ ଜୋରରେ ଦୁର୍ଘଟଣା ଘଟିଥିଲା ଯେ କାରଟି ହାଇମାଷ୍ଟ ଲାଇଟ୍ ଖୁଣ୍ଟରେ ପିଟି ହୋଇ ଚେପା ହୋଇଯାଇଥିଲା। ଏୟାର ବ୍ୟାଗ କାରଣରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ ଚାଳକ, ଆହତ ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସହିଦ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe