ଧାନ ଅମଳ ବେଳେ ଅଘଟଣ; ଟ୍ରାକ୍ଟର ସହିତ ପୋଡ଼ି ପାଉଁଶ ହୋଇଗଲା ପ୍ରାୟ ୭୦ ବସ୍ତା ଧାନ

Advertisment

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡ଼କ୍ଷେତା ବିରକୃଷ୍ଣ ଶରଣପୁର ଗାଁରେ ଏଭଳି ଅଘଟଣ ଘଟିଛି । ଶରଣପୁର ଗାଁର ଚାଷୀ ଗୌରୀ କୁମାର ମିଶ୍ର ଧାର କରଜ କରି ଧାନ ଚାଷ କରିଥିଲେ । ଲଗାଣ ବର୍ଷା ଦାଉରୁ ବଞ୍ଚିଥିବା ଧାନକୁ ଧାନ ପେଡା ମେସିନରେ ଧାନ ପେଡୁଥିଲେ ।

paddy harvesting

କନକ ବ୍ୟୁରୋ : ଧାନ ଅମଳ ବେଳେ ଅଘଟଣ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ଧାନପେଡା ମେସିନ । ଟ୍ରାକ୍ଟର ସହିତ ଜଳିଗଲା ପ୍ରାୟ ୭୦ ବସ୍ତା ଧାନ । ଗତ କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଥଲା । ସେଥିରୁ ଯାହା ବଳିଥିଲା ଏବେ ନିଆଁ ଲାଗି ସେସବୁ ବି ଜଳିଗଲା ।

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡ଼କ୍ଷେତା ବିରକୃଷ୍ଣ ଶରଣପୁର ଗାଁରେ ଏଭଳି ଅଘଟଣ ଘଟିଛି । ଶରଣପୁର ଗାଁର ଚାଷୀ ଗୌରୀ କୁମାର ମିଶ୍ର ଧାର କରଜ କରି ଧାନ ଚାଷ କରିଥିଲେ । ଲଗାଣ ବର୍ଷା ଦାଉରୁ ବଞ୍ଚିଥିବା ଧାନକୁ ଧାନ ପେଡା ମେସିନରେ ଧାନ ପେଡୁଥିଲେ । ତେବେ ଧାନ ପେଡୁଥିବା ସମୟରେ ହଠାତ ମେସିନରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ହୁତ ହୁତ ହୋଇ ଜଳି ଚାରିଆଡେ ବ୍ୟାପି ଯାଇଥିଲା । ଧାନ ପେଡା ମେସିନ, ଟ୍ରାକ୍ଟର ସହିତ ଧାନ ଗଦା ଜଳି ଯାଇଛି । ପ୍ରାୟ ୭୦ ବସ୍ତା ଧାନ ଜଳି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe